Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୁନା ପାଇଁ ନଦୀ ଖୋଳୁଛନ୍ତି ଲୋକ

    Share on :
    ajab-Image
    Date: Jan 11, 2021    Views: 4722

    ରାଜଗଡ଼: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର କୁରାବରରୁ କିଛି ଦୂର ଶିବପୁରା ଏବଂ ଗୁଣପୁରାରେ ଲୋକମାନେ ନଦୀ ଖୋଳିବା ଦେଖିବାକୁ ମିଳିଛି । ନୀଦରେ ମୋଗଲ ଶାସନ ସମୟ ସୁନା ଓ ରୂପା ଟଙ୍କା ମିଳୁଥିବା ଗୁଜବ ପ୍ରଚାର ଦ୍ୱାରା ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଗୁଜବ ଏଭଳି ଖେଳିଯାଇଥିଲା ଯେ ପାର୍ବତୀ ନଦୀ ଖୋଳିବାକୁ ଗ୍ରାମବାସୀଙ୍କ ଭିଡ ଲାଗିଥିଲା । ଗ୍ରାମର ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଏବଂ ମହିଳାମାନେ ଶାବଳ ଧରି ପାଣି ନଥିବା ପଥୁରିଆ ନଦୀ ଶଯ୍ୟାକୁ ଖୋଳିଥିଲେ । ଏ ସମ୍ପର୍କରେ ସୂଚନା ପାଇଁ ରାଜସ୍ୱ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ଅଧିକାରୀ ଜଣକ ଗ୍ରାମବାସୀଙ୍କୁ ଯେତେ ବୁଝାଇଥିଲେ ବି କେହି ତାଙ୍କ କଥା ଶୁଣି ନଥିଲେ । ବରଂ ସମସ୍ତେ ନଦୀ ଶଯ୍ୟା ଖୋଳିବାରେ ଲାଗିଥିଲେ । ପାର୍ବତୀ ନଦୀ ମଧ୍ୟପ୍ରଦେଶର ଦୁଇ ଜିଲ୍ଲା ସିହୋର ଓ ରାଜଗଡ଼କୁ ଭାଗ କରି ବହିଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook