Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମଧୁମେହ ରୋଗୀ ଏପରି କରନ୍ତୁ ଡ଼ାଏଟ

    Share on :
    ajab-Image
    Date: Sep 23, 2022    Views: 3071

    ଭୁବନେଶ୍ୱର: ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି  । ଏ ନେଇ ଶରୀରରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ । ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ କଟକଣା କରାଯାଇଥାଏ । ଖାଦ୍ୟପେୟ ବା ଡାଏଟରେ ଅଳ୍ପ କିଛି ଭୁଲ ଶରୀରରେ ରକ୍ତ ଶର୍କରା ଅନିୟନ୍ତ୍ରିତ କରାଇ ବିଭିନ୍ନ ସମସ୍ୟା ସୃଷ୍ଟି କରି ଥାଏ, ଯାହା ବେଳେ ବେଳେ ବେଳେ ଗମ୍ଭୀର ରୂପ ନେଇଥାଏ ।
    ତେବେ ଜାଣନ୍ତୁ ଏ ସମ୍ପର୍କରେ...

    ଜଳଖିଆ:
    ମଧୁମେହ ରୋଗୀ ସକାଳ ଜଳଖିଆ ଖାଇବା ଜରୁରୀ । ଏହା ଦିନ ତମାମ ଖାଦ୍ୟ ମଧ୍ୟରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଠିକ ସମୟରେ ଖାଦ୍ୟ ଖାଇବା ଯୋଗୁ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ । ଯଦି ସମୟ ଅଭାବରୁ ଜଳଖିଆ ଖାଉ ନାହାନ୍ତି ବା ଖାଇବାକୁ ଭୁଲିଯାଉଛନ୍ତି । ତେବେ ଏହି ଭୁଲ ରକ୍ତ ଶର୍କରାକୁ ବୃଦ୍ଧି କରିଥାଏ ।

    ନିୟମିତ ଯାଞ୍ଚ: ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ଜରୁରୀ । ଏ ନେଇ ନିୟମିତ ଯାଞ୍ଚର ଆବଶ୍ୟକତା ରହିଛି । ଏପରି କରିବା ଫଳରେ ଯଦି ସୁଗାର ସ୍ତର ବୃଦ୍ଧି ହେଉଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାକୁ ଅଣଦେଖା କରନ୍ତୁ ନାହିଁ ।

    ସୁସ୍ଥ ଖାଦ୍ୟ :
    ଖାଦ୍ୟରେ ସୁଗାର ମାତ୍ରା ମଧୁମେହ ରେଗୀଙ୍କୁ ବହୁ ପରିମାଣରେ ପ୍ରଭାବିତ କରିଥାଏ  । ଏପରି ପରିସ୍ଥିତିରେ, ସୁଗାର ମାତ୍ରା କମ କରିବା ଲାଗି ଖାଦ୍ୟରେ ପରିବର୍ତ୍ତନ ଆଣିବା ଉଚିତ । ଖାଦ୍ୟରେ ଏପରି କିଛି ଜିନିଷ ସାମିଲ କରନ୍ତୁ ଯାହା ମଧୁମେହକୁ ନିୟନ୍ତ୍ରଣ କରିବ । କାରଣ ବେଳେ ବେଳେ କିଛି ଭୁଲ ଖାଦ୍ୟ ଏହାର ମାତ୍ରାକୁ ବୃଦ୍ଧି କରାଇଥାଏ ।

    ଯଥେଷ୍ଟ ନିଦ :
    କମ ନିଦ ହେତୁ ରକ୍ତରେ ଶର୍କରା ସ୍ତର ମଧ୍ୟ ବୃଦ୍ଧି ପାଇପାରେ । ମାତ୍ର ଦୈନନ୍ଦିନ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଲାଗି ଯଥେଷ୍ଟ ସମୟ ଶୋଇପାରି ନ ଥାଉ, ଯେଉଁ ଭୁଲ ମଧୁମେହକୁ ବୃଦ୍ଧି କରିଥାଏ ।

     

    Maximum 500 characters

    ବିଶେଷ View all

    Find Us on Facebook