Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    'ଦିବ୍ୟଶଙ୍କର ମିଶ୍ର ଯୁଆଡେ ଯିବେ ସେଠି କଳା ପତାକା ପ୍ରଦର୍ଶନ କରିବ ବିଜେପି ଯୁବ ମୋର୍ଚ୍ଚା'

    Share on :
    ajab-Image
    Date: Nov 4, 2021    Views: 4281

    ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ପୁଣି ପ୍ରଶ୍ନ କଲା ବିଜେପି ଯୁବ ମୋର୍ଚ୍ଚା । ମୁଖ୍ୟମନ୍ତ୍ରୀ ଏ ଘଟଣାରେ କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯୁବ ବିଜେପି ସଭାପତି ଇରାଶିଷ ଆଚାର୍ୟ୍ୟ ।

    'ଦିବ୍ୟ ଶଙ୍କର ମିଶ୍ର ଯେଉଁଆଡେ ଯିବେ ସେଠାରେ କଳା ପତାକା ପ୍ରଦର୍ଶନ କରିବୁ'ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ବାରମ୍ବାର ଅଭିଯୋଗ କରୁଛନ୍ତି ବିରୋଧୀ । ବିରୋଧୀ ଯୁବ ମୋର୍ଚ୍ଚା ମଧ୍ୟ ସମାନ ଅଭିଯୋଗ କରି ଯେଉଁ ସ୍ଥାନକୁ ମନ୍ତ୍ରୀ ଯିବେ ସେ ସ୍ଥାନରେ କଳା ପତାକା ପ୍ରଦର୍ଶନ କରିବ ବୋଲି କହିଛି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ମଧ୍ୟ ବିଜେପି ମୋର୍ଚ୍ଚା ବିରୋଧ କରିବ ବୋଲି କହିଛନ୍ତି ।ଯେପର୍ୟ୍ୟନ୍ତ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଇନାହିଁ, ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ରତର ଓ ଶାଣିତ କରିବ ବୋଲି ଇରାଶିଷ ଆଚାର୍ୟ୍ୟ କହିଛନ୍ତି । ଏଥିସହ ମମିତାଙ୍କ ଆତ୍ମାର ଶାନ୍ତି ପାଇଁ ଦୀପାବଳିରେ ଦୀପ ଦାନ କରିବାକୁ ଯୁବ ମୋର୍ଚ୍ଚା ଅନୁରୋଧ କରିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook