Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଡାଇରିଆ ସ୍ଥିତି , ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

    Share on :
    ajab-Image
    Date: Jun 18, 2025    Views: 3109

    ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ସଙ୍ଗୀନ ହେଉଛି ଡାଇରିଆ ସ୍ଥିତି । ଗଡୁଛି ଜଣଙ୍କ ପରେ ଜମଙ୍କ ମୁଣ୍ଡ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟର ଡାଇରିଆ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ ଜିଲ୍ଲାରେ ଦେଖା ଦେଇଥିବା ଡାଇରିଆ ସ୍ଥିତି ଓ ଏହାର ପ୍ରତିକାରାତ୍ମକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ରୋଗୀ ସଂଖ୍ୟାରେ କ୍ରମଶଃ ହ୍ରାସ, ବ୍ୟାପକ ସଚେତନତା, ପରୀକ୍ଷଣ ଓ ଚିକିତ୍ସାକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଭିସି ଜରିଆରେ ଯୋଗ ଦେଇ ନିଜ ନିଜ ଜିଲ୍ଲାର କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଛନ୍ତି ।
    ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ କହିଛନ୍ତି,"ଡାଇରିଆ ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ପରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରାଯାଇଛି । ବେସରକାରୀ ଓ ସରକାରୀ କୂପ ଆଦିକୁ ନିୟମିତ ଭାବେ ବିଶୋଧନ କରାଯାଉଛି । ରୋଗୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏବେ ଯେଉଁ ରୋଗୀମାନେ ଆସୁଛନ୍ତି, ସେମାନଙ୍କର ରୋଗର ଲକ୍ଷଣ ସାମାନ୍ୟ ରହୁଛି । ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଯୋଗୁଁ ସଂକ୍ରମିତ ଲୋକମାନେ ପ୍ରାରମ୍ଭିକ ଅବସ୍ଥାରୁ ହିଁ ଡାକ୍ତରଖାନା ଆସୁଛନ୍ତି, ଯାହା ଡାଇରିଆ ନିୟନ୍ତ୍ରଣ ଦିଗରେ ଏକ ଭଲ ଲକ୍ଷଣ ।"
    ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି,"ବିଭିନ୍ନ ଡାକ୍ତରଖାନାରେ ନୂଆ ଆଡମିଶନ ହାରରେ କ୍ରମାଗତ ହ୍ରାସ ଘଟିଛି । ସ୍ୱଦ୍ୟତନ ତଥ୍ୟ ଅନୁସାରେ ପ୍ରଭାବିତ ୫ ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆଜି ୪୨୯ ଜଣ ରୋଗୀ ଆଡମିଶନ ହୋଇଥିବା ବେଳେ ୨୮୪ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ତେବେ ବିଗତ ଦିନ ମାନଙ୍କୁ ମିଶାଇ ଆଜିସୁଦ୍ଧା ସମୁଦାୟ ୩୭୦ ଜଣ ଚିକିତ୍ସାଧିନ ଅଛନ୍ତି । ଯେଉଁମାନେ ସୁସ୍ଥ ହେଉଛନ୍ତି, ସେମାନଙ୍କୁ ଡାକ୍ତରଙ୍କ ବିନା ପରାମର୍ଶରେ ଘରକୁ ଛଡାଯାଉନାହିଁ । ପୂର୍ଣ୍ଣ ଆରୋଗ୍ୟ ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ୟ୍ୟ କରାଯାଉଛି । ପରିମଳ ଓ ବିଶୋଧନ କାର୍ୟ୍ୟକୁ ବ୍ୟାପକ ଭାବେ ଜାରି ରଖିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ମାଇକ ଯୋଗେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଛି । ଆଗାମୀ ୭ ରୁ ୧୦ ଦିନ ପର୍ୟ୍ୟନ୍ତ ଏହି କାର୍ୟ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । "

    ମୁଖ୍ୟ ଶାସନ ସଚିବ କହିଛନ୍ତି,"ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାତ୍ରା କମୁଥିଲେ ମଧ୍ୟ ଆମକୁ ସତର୍କତା ଓ ସଚେତନତାମୂଳକ କାର୍ୟ୍ୟକ୍ରମ ଜାରି ରହିବାକୁ ପଡ଼ିବ । ଆଗକୁ ମୌସୁମୀ ବର୍ଷାରେ ଜଳ ସଂକ୍ରମଣର ସମ୍ଭାବନା ରହିଛି । ଏଥି ପାଇଁ ନିୟମିତ ବ୍ୟବଧାନରେ ଜଳ ଉତ୍ସକୁ ବିଶୋଧନ, ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସଂକ୍ରାମକ ରୋଗ କାରଣରୁ ଯେପରି ଜୀବନ ହାନି ନ ଘଟେ, ସେଥିପ୍ରତି ଏହାର ନିରାକରଣ ପାଇଁ ସବୁ ସତର୍କତା, ସଚେତନତା ଓ ପରୀକ୍ଷା ଓ ଚିକିତ୍ସାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ କରି ଯାହା ଯାହା ଆବଶ୍ୟକତା ରହୁଛି, ସେଥିପ୍ରତି ଜିଲ୍ଲାପାଳ ମାନେ ଅଧିକ ଦୃଷ୍ଟି ଦେଇ ପଦ‌କ୍ଷେପ ନିଅନ୍ତୁ ।"

    Maximum 500 characters

    ତାଜା ଖବର View all

    Find Us on Facebook