ମୁଖ୍ୟ ଖବର
ଆଜି ବିଶ୍ୱ ମଧୁମେହ ଦିବସ । ବିଶ୍ୱର ସର୍ବବୃହତ ମଧୁମେହ ସଚେତନତା ଅଭିଯାନ, ଯାହା ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ୍ ହେଉଛି- ମଧୁମେହର ଶୀଘ୍ର ନିରାକରଣ, ଗୁଣାତ୍ମକ ଚିକିତ୍ସା ଓ ଏହାକୁ ନେଇ ରହିଥିବା ସାମାଜିକ କଳଙ୍କକୁ ଦୂର କରିବ। ଏବେ ଆଉ କେବଳ ବୟସ୍କ ନୁହନ୍ତି, ଯୁବପିଢ଼ିଙ୍କୁ ବି ଘାରିଲାଣି ଡାଇବେଟିସର ଚିନ୍ତା। ମାତ୍ର ୨୫ ବର୍ଷ ବୟସରେ ବି ଯୁବପିଢିଙ୍କ ଠାରେ ଦେଖାଯାଉଛି ଡାଇବେଟିସ୍ ଭଳି ଗମ୍ଭୀର ସମସ୍ୟା।
ମଧୁମେହ ଏକ ଦୀର୍ଘସ୍ଥାୟୀ ରୋଗ, ଯେଉଁଥିରେ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇଥାଏ । ଏହା ଶରୀରର ରକ୍ତନଳୀକୁ କ୍ଷତି ପହଞ୍ଚାଇବା ସହ ହୃତପ୍ତଣ୍ଡ, ଆଖି, ସ୍ନାୟୁ ଓ କିଡନୀକୁ ପ୍ରଭାବିତ କରିଥାଏ । ଯେତେବେଳେ ଅଗ୍ନାଶୟ ପର୍ଯ୍ୟାପ୍ତ କିମ୍ବା ଆଦୌ ଇନସୁଲିନ୍ ତିଆରି କରେ ନାହିଁ, ସେତେବେଳେ ଏହି ରୋଗ ହୋଇଥାଏ ।
ଟାଇପ-୧ ଡାଇବେଟିସ୍ ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଏ, କିନ୍ତୁ ଯେକୌଣସି ବୟସରେ ମଧ୍ୟ ଏହା ହୋଇପାରେ । ଟାଇପ୍-୨ ଡାଇବେଟିସ୍ କ୍ଷେତ୍ରରେ ଶରୀର ଇନସୁଲିନ୍ ବ୍ୟବହାର କରିବାରେ ଅସୁବିଧା ଭୋଗ କରେ କିମ୍ବା ପର୍ଯ୍ୟାପ୍ତ ଇନସୁଲିନ୍ ତିଆରି କରିପାରେ ନାହିଁ । ଏହାର ଲକ୍ଷଣଗୁଡ଼ିକ ବହୁତ ହାଲୁକା ହୋଇଥିବାରୁ ବର୍ଷ ବର୍ଷ ଧରି ଧରାପଡ଼େ ନାହିଁ ।
Comments ସମସ୍ତ ମତାମତ