Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରୋଗକୁ ଡାକିଆଣେ ଧୂପକାଠି ଧୂଆଁ

    Share on :
    ajab-Image
    Date: Apr 5, 2025    Views: 4123

    ଧୂପକାଠିର ଧୂଆଁ କାହାକୁ ବା ଭଲ ନ ଲାଗେ। ସାଧାରଣତଃ ଠାକୁର ପୂଜା ଓ ହୋମ ଯଜ୍ଞରେ ଧୂପକାଠି ବ୍ୟବହାର କରାଯାଇଥାଏ। ଭଗବାନଙ୍କ ପାଖରେ ଧୂପ ଲଗାଇଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାତ୍ର ଏହି ଧୂପକାଠି ଧୂଆଁ ଶରୀର ପ୍ରତି କେତେ ହାନୀକାରକ ବହୁ ଲୋକଙ୍କୁ ଅଜଣା। ଆସନ୍ତୁ ଜାଣିବା ଧୂପକାଠି ଧୂଆଁ ଯୋଗୁଁ ଆପଣ କି କି ସମସ୍ୟାରେ ପଡିବାର ଆଶଙ୍କା ରହିଛି।

     ୧- ଧୂପକାଠି ଜଳାଇଲେ ସେଥିରୁ କାର୍ବନ ମନୋଅକସାଇଡ ଧୂଆଁ ବାହାରିଥାଏ। ଫଳରେ ହୃଦରୋଗ ଓ ଶ୍ୱାସକ୍ରିୟା ଜିନିତ ସମସ୍ୟା ଦେଖାଯାଇଥାଏ। ଏହି ଧୂଆଁ ଧୂମପାନ ଧୂଆଁ  ସହ ସମାନ ହୋଇଥାଏ।

    ୨- ଅଧିକ ସମୟ ଧରି  ଧୂପକାଠି ଧୂଆଁ ସମ୍ପର୍କରେ ଆସିଲେ ଆଖି ଓ ତ୍ୱାଚାରେ ଏଲରଜି ହୋଇଥାଏ। ଏଥିରୁ ବାହାରୁଥିବା ଧୂଆଁ ଦ୍ୱାରା ଆଖିରେ ଜଳାପୋଡା ହୋଇଥାଏ। ସମ୍ବେଦନଶୀଳ ତ୍ୱଚା ଥିବା ବ୍ୟକ୍ତିଙ୍କ କ୍ଷେତ୍ର ଶରୀର କୁଣ୍ଡେଇ ହୋଇଥାଏ।

    ୩- ପ୍ରତିଦିନ ଧୂପକାଠି ଧୂଆଁ ସଂପର୍କରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ। ଏହାସହ ସ୍ମରଣଶକ୍ତି ହ୍ରାସ୍‌ ଘଟିଥାଏ।

    ୪- ଧୂପକାଠି  ହୃଦୟକୁ କ୍ଷତି  ପହଞ୍ଚିଥାଏ। ବହୁ ଦିନ ଧରି ଧୂପ ସମ୍ପର୍କରେ ଅସିଲେ ହୃଦରୋଗରେ ମୃତ୍ୟୁ ଘଟିଥାଏ। ଏହି କାରଣରୁ ମୃତ୍ୟୁହାର ୧୦ରୁ ୧୨ ପ୍ରତିଶତକୁ ବଢିଯିବାର ଆଶଙ୍କା ରହିଛି।

    Maximum 500 characters

    ବିଶେଷ View all

    Find Us on Facebook