Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସିଏସକେ ପକ୍ଷରୁ ନେତୃତ୍ବ ନେବେ ଧୋନୀ

    Share on :
    ajab-Image
    Date: Sep 5, 2022    Views: 3984

    ହାଇଦ୍ରାବାଦ: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନରେ ସିଏସକେ ପକ୍ଷରୁ ଧୋନୀ ନେତୃତ୍ବ ନେବେ । କ୍ୟାପଟନ କୁଲ ତଥା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସିଏସକେ ପକ୍ଷରୁ ଆଗାମୀ ସିଜନରେ ନେତୃତ୍ବ ଜାରି ରଖିବେ । ଏନେଇ ଚେନ୍ନାଇ ସୁପର କିଙ୍ଗ୍ସ ସିଇଓ କାଶୀ ବିଶ୍ବନାଥ ରବିବା ସୂଚନା ଦେଇଛନ୍ତି ।

    ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗସ ଚାରିଥର ଆଇପିଏଲ ଟ୍ରଫି ହାତେଇଛି । ଆଗାମୀ ଆଇପିଏଲ ସିଜନରେ ଧୋନୀଙ୍କର ପ୍ରାୟ ୪୨ ବର୍ଷ ପାଖାପାଖି ହେବ । ହେଲେ ଏବେବି ଧୋନୀ  ଦଳର ସକ୍ରିୟ ଖେଳାଳି ଭାବରେ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ସିଇଓ କାଶୀ ବିଶ୍ବନାଥ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି "ଏମଏସ ଧୋନୀ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆଗାମୀ ସିଜିନରେ ଦଳର ନେତୃତ୍ବ ନେବେ ।"କ୍ୟାପଟେନ କୁଲ ଆଇପିଏଲର ପ୍ରଥମ ସଂସ୍କରଣ ତଥା ୨୦୦୮ ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସରେ ୨୦୨୧ ମସିହା ପର୍ୟ୍ୟନ୍ତ ଲଗାତାର ଅଧିନାୟକ ରହି ଆସିଛନ୍ତି । ହେଲେ ବର୍ଷ ୨୦୨୨ ଆଇପିଏଲ ସଂସ୍କରଣର ଦୁଇ ଦିନ ପୂର୍ବରୁ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିଲା । ହେଲେ ଅଧିନାୟକ ହିସାବରେ ରବୀନ୍ଦ୍ର ଜାଡେଜା ବିଫଳ ରହିଥିଲେ । ତାଙ୍କ ନେତୃତ୍ବରେ ଦଳ ଏତେଟା ଆଖିଦୃଶିଆ ପ୍ରଦର୍ଶନ କରିନଥିଲା । ପରେ ଆଇପିଏଲ ମଝିରେ ରବୀନ୍ଦ୍ର ଜାଡେଜା ନିଜ ଆଡୁ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ନେତୃତ୍ବ ଦିଆଯାଇଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ପ୍ରଥମ ଥର ପାଇଁ ୨୦୧୦ ମସିହାରେ ଆଇପିଏଲ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା । ଏହା ପରେ ୨୦୧୧ ମସିହାରେ, ୨୦୧୮ ମସିହାରେ ଏବଂ ୨୦୨୧ ମସିହାରେ ଉଝକ ଧୋନୀଙ୍କ ନେତୃତ୍ବରେ ଆଇପିଏଲ ଟ୍ରଫି ହାତେଥିଲା ।

    ୨୦୨୨ ଆଇପିଏଲ ସଂସ୍କରଣରେ ଚେନ୍ନାଇର ଭଲ ପ୍ରଦର୍ଶନ ରହିନଥିଲା । ଆଇପିଏଲ ପଏଣ୍ଟ ଟେବୁଲରେ ଖେଳାଯାଇଥିବା ଦଶଟି ଦଳ ମଧ୍ୟରୁ ଚେନ୍ନାଇ ନବମ ସ୍ଥାନରେ ରହିଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ୨୦୨୨ ମସିହା ଆଇପିଏଲ ସିଜିନରେ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ମଙ୍ଗ ଧରି ଥିଲେ । ଜାଡେଜା ୮ଟି ମୁକାବିଲାରେ ନେତୃତ୍ବ ନେଇଥିଲେ । ସେଥିରୁ୨ ମ୍ୟାଚରେ ବିଜୟ ହାସଲ କରିଥିବା ସହିତ ୬ଟି ମ୍ୟାଚରେ ପରାଜିତ ହୋଇଥିଲେ । ହେଲେ ସିଜିନ ମଝିରେ ଜାଡେଜାଙ୍କୁ ଅଧିନାୟକ ପଦରୁ ନିବୃତ କରାଯାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଅଧିନାୟକ ପଦ ଦିଆଯାଇଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook