Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଖେଳିପାରନ୍ତି ଧୋନି

    Share on :
    ajab-Image
    Date: Apr 23, 2026    Views: 2593

    ମୁମ୍ବଇ: ଆଇପିଏଲ୍‌ରେ ଗୁରୁବାର ପାଞ୍ଚ ଥର ଲେଖାଏଁ ଚମ୍ପିଆନ୍‌ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଓ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ​ ମୁକାବିଲା ହେବ। ଏହି ମ୍ୟାଚ୍‌ରେ ଆଇପିଏଲ୍‌ର ଦୁଇ ମହାରଥୀ ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନି ଖେଳିବେ ବୋଲି ଅନୁମାନ କରାଯାଉଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆହତ ଥିବାରୁ ସିଏସ୍‌କେର ଧୋନି କୌଣସି ମ୍ୟାଚ୍‌ ଖେଳିନାହାନ୍ତି। ଆୟୁଷ ମାହ୍‌ତ୍ରେ ଆହତ ହୋଇ ଆଇପିଏଲ୍‌ରୁ ବାଦ୍‌ପଡ଼ିବା ପରେ ସିଏସ୍‌କେ ଦଳର ଭାରସାମ୍ୟ ବିଗିଡ଼ି ଯାଇଛି। ତେଣୁ ଧୋନିଙ୍କ ଉପସ୍ଥିତି ଆବଶ୍ୟକ କରୁଛି ସିଏସ୍‌କେ। ଗତ ଦୁଇଟି ମ୍ୟାଚ୍‌ରେ ଧୋନି ଦଳରେ ରହି ଅଭ୍ୟାସ କରିଥିଲେ ହେଁ ଖେଳିନଥିଲେ। ବର୍ତ୍ତମାନ ଉଭୟ ମୁମ୍ବଇ ଇଣ୍ଡିଆନ୍‌ସ ଓ ସିଏସ୍‌କେ ୬ଟିରୁ ମାତ୍ର ୨ଟି ଲେଖାଏଁ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ନିମ୍ନଭାଗରେ ଅଛନ୍ତି। ଏପ୍ରିଲ ୨୦ରେ ଗୁଜରାଟକୁ ୯୯ ରନ୍‌ରେ ମୁମ୍ବଇ ପରାସ୍ତ କରିଥିଲେ ହେଁ ଏହା ଆଉ ଗୋଟିଏ/ଦୁଇଟି ମ୍ୟାଚ୍‌ ହାରିଲେ ଏହାର ପ୍ଲେଅଫ୍‌ ଖେଳିବା ବିପଦରେ ପଡ଼ିପାରେ। ତେଣୁ ଓପ୍‌ନର ଭାବେ ରୋହିତ ଶର୍ମା ବଡ଼ ସ୍କୋର୍‌କରି ଦଳକୁ ଜିତାଇବେ ବୋଲି ମୁମ୍ବଇ ଆଶାରଖିଛି। ପ୍ରଥମ ୨ଟି ମ୍ୟାଚ୍‌ରେ ୭୮ ଓ ୩୫ ରନ୍‌ କରିଥିବା ରୋହିତ ୪ର୍ଥ ମ୍ୟାଚ୍‌ରେ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ପରବର୍ତ୍ତୀ ୨ଟି ମ୍ୟାଚ୍‌ ରୋହିତ ଖେଳିନଥିଲେ। ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରେ ରୋହିତଙ୍କ ଉପସ୍ଥିତି ଦଳକୁ ଉତ୍ସାହିତ କରିବ।

    Maximum 500 characters

    ଖେଳ ଖବର View all

    Find Us on Facebook