Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପୂର୍ବାନୁମାନ: ୨୦୨୫ ଧୋନିଙ୍କ ଶେଷ ଆଇପିଏଲ

    Share on :
    ajab-Image
    Date: Mar 22, 2025    Views: 2995

    ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲରେ ଖେଳିବା ଜାରି ରଖିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ୫ଥର ଆଇପିଏଲ ଟ୍ରଫି ଜିତିଛି। ୪୪ ବର୍ଷୀୟ ଧୋନି ଆଇପିଏଲରେ ଏବେ ସୁଦ୍ଧା ସର୍ବାଧିକ ୨୬୪ଟି ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ୩୯୧୨ରନ କରିଛନ୍ତି। ୨୦୨୫ ତାଙ୍କର ଶେଷ ଆଇପିଏଲ ହେବା ନେଇ କ୍ରିକେଟ ପଣ୍ଡିତମାନେ ପୂର୍ବାନୁମାନ କରିଛନ୍ତି। ଧୋନିଙ୍କ ନେତୃତ୍ବରେ ଚେନ୍ନଇ ସୁପରକିଙ୍ଗ୍‌ସ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ରେ ଆଇପିଏଲ ଚମ୍ପିଆନ ହୋଇଛି। ଧୋନି ୨୦୦୮ରୁ ୨୦୧୫ ପର୍ୟ୍ୟନ୍ତ ଚେନ୍ନଇ ସୁପରକିଙ୍ଗ୍‌ସ ପାଇଁ ଖେଳିଥିଲେ। ୨୦୧୬ ଓ ୨୦୧୭ରେ ଚେନ୍ନଇ ସୁପରକିଙ୍ଗ୍‌ସ ଦୁଇବର୍ଷ ବାସନ୍ଦ ହେବା ଯୋଗୁ ଧୋନି ରାଇଜିଂ ସୁପରଜାଏଣ୍ଟ୍‌ସ ପାଇଁ ଖେଳିିଥିଲେ। ଏହା ପରେ ୨୦୧୮ରୁ ନିୟମିତ ଭାବେ ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳୁଛନ୍ତି। ୨୦୨୨ରେ ଧୋନି ଚେନ୍ନଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ଦଳ ଜାଡେଜାଙ୍କ ଅଧିନାୟକତ୍ବରେ ଖରାପ ପ୍ରଦର୍ଶନ କରିବାରୁ ଅଧାରୁ ପୁଣି ଧୋନିଙ୍କୁ ନେତୃତ୍ବ ଦିଆଯାଇଥିଲା। ୨୦୨୩ରେ ଧୋନିଙ୍କ ନେତୃତ୍ବରେ ଦଳ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ବିଜୟୀ ହୋଇଥିଲା। ୨୦୨୪ରେ ଧୋନି ଚେନ୍ନଇ ସୁପରକିଙ୍ଗ୍‌ସର ଅଧିନାୟକ ପଦକୁ ଛାଡ଼ିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook