Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଚେନ୍ନାଇରେ ଖେଳିବି ଶେଷ ମ୍ୟାଚ୍: ଧୋନି

    Share on :
    ajab-Image
    Date: Nov 22, 2021    Views: 3810

    ୨୦୨୨ ରେ ଧୋନିଙ୍କ ଅଂଶଗ୍ରହଣ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ସମ୍ପୂର୍ଣ୍ଣ ଋତୁ ସେ ଖେଳାଳି ଭାବେ ନ ହେଲେ ବି ଦଳ ସହ କୌଣସି ନା କୌଣସି ଭୂମିକାରେ ଯୋଡି ହେବା ପ୍ରାୟ ନିଶ୍ଚିତ । ଚେନ୍ନାଇରେ ସେ ନିଜ ଶେଷ ମ୍ୟାଚ ଖେଳିବେ ବୋଲି ସୂଚନା ଦେଇଛନ୍ତି । ରବିବାର ସିଏସକେର ଏକ କାର୍ଯ୍ୟକ୍ରମ ଅବସରରେ ଧୋନି କହିଥିଲେ ‘ଆଇପିଏଲ-୨୦୨୨ ପାଇଁ ଢେ଼ର ସମୟ ଅଛି, ଏପି୍ରଲ ମାସରେ ଏହା ଖେଳାଯିବ । ମୁଁ ସର୍ବଦା ମୋ କି୍ରକେଟକୁ ଯୋଜନାରେ ରଖିଥାଏ । ଆପଣ ଜାଣିଛନ୍ତି ମୁଁ ମୋ ଶେଷ ମ୍ୟାଚ (ଦିନିକିଆ) ରାଞ୍ଚିରେ ଖେଳିଥିଲି । ଏହା ମୋ ପାଇଁ ଘରୋଇ ପଡିଆ ଥିଲା । ସମ୍ଭବତଃ ମୋ ଶେଷ ଟ୍ୱେଣ୍ଟି-୨୦ ମ୍ୟାଚ ମୋ ଦ୍ୱିତୀୟ ଘର ଭାବେ ପରିଚିତ ଚେନ୍ନାଇରେ ଖେଳିବି । ଏହା ଆସନ୍ତା ବର୍ଷ ହୋଇପାରେ କି ୫ ବର୍ଷ ଭିତରେ ହୋଇପାରେ ମୁଁ ଜାଣିନାହିଁ ।’ ଧୋନିଙ୍କ ନେତୃତ୍ୱରେ ଗତ ମାସରେ ଚେନ୍ନାଇ ଚତୁର୍ଥ ଥର ଆଇପିଏଲ ମୁକୁଟ ଜିତିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook