Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରଣବ ପଟ୍ଟନାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: Sep 24, 2023    Views: 4105

    ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଣ୍ଠଶିଳ୍ପୀଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ । ଅନେକ ଅନୁଭୂତି ବାଣ୍ଟିଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରିଥିଲେ । ଏନେଇ ସେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅସୁସ୍ଥତା ଯୋଗୁଁ ପ୍ରଣବ ପଟ୍ଟନାୟକ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । 
    ରାଜ୍ୟର ଜଣେ ସୁନାମଧନ୍ୟ ପ୍ରଖ୍ୟାତ କଣ୍ଠଶିଳ୍ପୀ ହେଉଛନ୍ତି ପ୍ରଣବ ପଟ୍ଟନାୟକ । କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡିଥିଲେ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook