Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ପ୍ରତି ଓଡ଼ିଆ ଲୋକଙ୍କ ଭରସା ବଢ଼ିଛି:ଧର୍ମେନ୍ଦ୍ର

    Share on :
    ajab-Image
    Date: Mar 9, 2023    Views: 3365

    ଭୁବନେଶ୍ୱର:   ୨୦୨୪ ନିର୍ବାଚନ ପାଇଁ ଦଳ କିପରି ଓଡ଼ିଶାରେ ପ୍ରସ୍ତୁତ ହେଉଛି, ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୈତିକ ବାତାବରଣ ସରଗରମ ହୋଇଛି । ଧର୍ମେନ୍ଦ୍ର କହିଛନ୍ତି,ବିଗତ ୭-୮ ବର୍ଷରେ ବିଜେପି ପ୍ରତି ଓଡ଼ିଆ ଲୋକଙ୍କ ଭରସା ବଢ଼ିଛି । ବିଜେପି ୧୭-୧୮ ପ୍ରତିଶତ ଭୋଟ ପାଉଥିବା ବେଳେ ତାହା ୩୫-୪୦ ପ୍ରତିଶତକୁ ବୃଦ୍ଧି ପାଇଛି । ଆଗାମୀ ନିର୍ବାଚନରେ ଲୋକଙ୍କ ଆଶୀର୍ବାଦ ଆହୁରି ବଢିବ । ୯ ବର୍ଷର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଜନସଂପର୍କ ବଢ଼ାଇବ ଦଳ, ଯାହାରେ ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ନେବେ । ମୋଦୀ, ଅମିତ ଶାହା ଓ ଅନ୍ୟ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବେ ।
    ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ସୂଚାଇ ଦେଉଛି, ୨୦୨୪ ନିର୍ବାଚନରେ ଜୋରଦାର ଟକ୍କର ଦେବାକୁ ଯାଉଛି ବିଜେପି । ଓଡ଼ିଶା ଏଥର ଦଳର ଫୋକସରେ ରହିବ । ତେବେ ଓଡ଼ିଶାରେ ଦିଲ୍ଲୀ ନେତାଙ୍କ ପ୍ରଭାବ ପଡିବ ନାହିଁ । ବିଗତ ନିର୍ବାଚନରେ ଯେପରି ଏକପାଖିଆ ଭାବେ ନବୀନଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି, ତାହା ହିଁ ଆଗାମୀ ନିର୍ବାଚନରେ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

    Maximum 500 characters

    ରାଜନୀତି View all

    Find Us on Facebook