Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭାରତକୁ ଏକ ଦାୟିତ୍ୱବାନ ଦେଶ ଭାବରେ ପରିଣତ କରିବା ପାଇଁ ଆହ୍ୱାନ

    Share on :
    ajab-Image
    Date: Jan 11, 2023    Views: 3870

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ମଙ୍ଗଳବାର ଆୟୋଜିତ ୧୭ଶ ‘ପ୍ରବାସୀ ଭାରତୀୟ ଦିବସ ୨୦୨୩’ ସମ୍ମିଳନୀର ଉଦ୍‌ଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟଙ୍କ ସହ ମିଳିତ ଭାବରେ ଭାରତକୁ ଏକ ଦାୟିତ୍ୱବାନ ଦେଶ ଭାବରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି।
    ଦେଶର ମାନବ ସମ୍ବଳର ଦକ୍ଷତା ଏବଂ ଗତିଶୀଳତା ବୃଦ୍ଧି ତଥା ମାନବତାର ସେବା ପାଇଁ ଏକ ନୂତନ ଭାରତୀୟ ମଡେଲ ସୃଷ୍ଟି କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଆମର ପ୍ରବାସୀ ଭାରତୀୟ, ଭାରତୀୟ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦେଶର ବୃହତ୍ ଯାତ୍ରାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମ ଦେଶରେ ଥିବା ମାନବସମ୍ବଳ ପରିଶ୍ରମୀ, ସଚ୍ଚୋଟ ଓ ଦାୟିତ୍ୱବାନ। କୁଶଳୀ ମାନବ ଶକ୍ତିର ବୈଶ୍ୱିକ ପେଣ୍ଠସ୍ଥଳୀ ଭାବରେ ଭାରତ ଉଭା ହୋଇପାରିବ।

    ସାମ୍ପ୍ରତିକ ସମୟରେ ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ତିଆରି କରୁଛି। ସ୍କିଲିଂ ହେଉଛି ଜୀବନବ୍ୟାପୀ ଶିକ୍ଷା ଆହରଣର ଏକ ପ୍ରକ୍ରିୟା। ଟେକ୍ନୋଲୋଜି ଆମ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରହି ସମଗ୍ର ବିଶ୍ୱକୁ ଦେଖିବାର ସୁଯୋଗ ଦେଉଛି। ପ୍ରବାସୀ ଭାରତୀୟଙ୍କ ଉପରେ ପ୍ରଧାନମନ୍ତ୍ରୀ ଆସ୍ଥାପ୍ରକଟ କରିଛନ୍ତି। ଆମର ପ୍ରବାସୀ ଭାରତୀୟମାନେ କେବଳ ରୋଜଗାର କରିବା ଏବଂ ଆର୍ଥିକ ସୁଯୋଗ ମିଳିବାର ଲକ୍ଷ୍ୟରେ ନ ରହି ମାନବତାର ସେବା ପାଇଁ ଆଗେଇ ଆସିବା ଦରକାର। ଦେଶର ୩ କୋଟି ୨୦ ଲକ୍ଷ ଶକ୍ତିଶାଳୀ ପ୍ରବାସୀ ଭାରତୀୟ ଦେଶକୁ ବିଶ୍ୱ ପରିବାରର ସେବା କରିବା ପାଇଁ ନିଜର ଅଭିଜ୍ଞତାକୁ ବ୍ୟବହାର କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତି କରିଛନ୍ତି। ଏହି ସମ୍ମିଳନୀରେ କୁଏତ୍, ମରିସସ ଏବଂ ବିଭିନ୍ନ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ସାକ୍ଷାତ୍ ସହ ଆଲୋଚନା କରିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook