Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାର ୩ କୋଟି ୨୫ ଲକ୍ଷ ନାଗରିକ ମୋଦି ଚାଉଳ ପାଉଛନ୍ତି: ଧର୍ମେନ୍ଦ୍ର

    Share on :
    ajab-Image
    Date: Jan 6, 2023    Views: 4027

    ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩.୨୫ କୋଟି ହିତାଧିକାରୀଙ୍କୁ ମୋଦି ସରକାର ଦେଉଥିବା ମାଗଣା ଚାଉଳକୁ ରାଜ୍ୟ ସରକାର ଠିକ୍ ଭବେ ବିତରଣ କରନ୍ତୁ ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

    ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଘୋଷଣା ପ୍ରସଙ୍ଗରେ ପ୍ରଧାନ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଖାଦ୍ୟାନ୍ନର ୯୦ ରୁ ୯୫ ଭାଗ ମୋଦି ସରକାର ଦେଉଥିବା ବେଳେ ଅବଶିଷ୍ଟ ଭାଗ ରାଜ୍ୟ ସରକାର ଦେଉଥିଲେ । ଏବେ ଦେଶରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ମାସକୁ ୫କେଜି ଚାଉଳ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

    ଓଡ଼ିଶାର ୪.୫ କୋଟି ନାଗରିକମାନଙ୍କ ମଧ୍ୟରୁ ୩ କୋଟି ୨୫ ଲକ୍ଷ ନାଗରିକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଉଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ପ୍ରଦାନ କରାଯାଉଛି । ଆଜି ବଜାର ମୂଲ୍ୟ ଅନୁସାରେ ବର୍ତ୍ତମାନ୍ କେଜି ପିଛା ୩୭ ଟଙ୍କା ୨୮ ପଇସା ଖର୍ଚ୍ଚ ହେଉଛି । ଅର୍ଥାତ୍ ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦ୍ର ସରକାର ବର୍ଷକୁ ପ୍ରାୟ ୮,୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ମାତ୍ର ୧୮୫ କୋଟି ଦେଉଛନ୍ତି ।

    ମୋଦି ସରକାର ଓଡ଼ିଶାରେ ପ୍ରାୟ ୮୦ ଭାଗ ଲୋକଙ୍କର ବିନା ମୂଲ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରିବାର ଦାୟିତ୍ୱ ନେଇଛନ୍ତି । ବିତରଣର ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ନିର୍ଭୁଲ ଓ ନିର୍ଦ୍ଦିଷ୍ଟ ଲାଭାର୍ଥୀଙ୍କୁ ଚାଉଳ ଦେବା ପାଇଁ ଚାଉଳ ବିତରଣ ପ୍ରଣାଳୀରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନେକ ସହାୟତା ଦେଇଛନ୍ତି । କମ୍ପ୍ୟୁଟରକରଣ, ଆଧୁନିକୀକରଣ ଓ ଆକାଉଣ୍ଟିଂ ଭଳି ସହଯୋଗ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ନିର୍ଭୁଲ ଭାବରେ ସଠିକ୍ ହିତାଧିକାରୀଙ୍କୁ ଚାଉଳ ବିତରଣ କରିବା ନେଇ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook