Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: Nov 7, 2019    Views: 845

    ଭୁବନେଶ୍ୱର:  ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

    କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ    ପଶ୍ଚିମ ଓଡିଶାର ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ଝାରସୁଗୁଡା ବିମାନବନ୍ଦର ପ୍ରତିଷ୍ଠା କାରଣରୁ ଉଡାନ ଯୋଜନାରେ ଓଡିଶା ମଧ୍ୟ ଲାଭାନ୍ୱିତ ହୋଇଛି । ପଶ୍ଚିମ ଓଡିଶାର ଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରି ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । 

    ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ ସ୍ପାଇଶଜେଟ୍ ତରଫରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପର୍ୟ୍ୟନ୍ତ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲା । ଏହା ଦ୍ୱାରା ପଶ୍ଚିମ ଓଡିଶାର ଅଧିଂକାଶ ଲୋକମାନେ ସେବାର ଲାଭ ପାଇଥିଲେ ଏବଂ ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ସଫଳ ମଧ୍ୟ ହୋଇଥିଲା । ଏହାବ୍ୟତିତ ସାଇଶଜେଟ୍ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ କୋଲକାତାକୁ ମଧ୍ୟ ବିମାନ ସେବା ଆରମ୍ଭ କରିଛି ।  ଯଦ୍ୱାରା ଦେଶର ଉତରପୂର୍ବ ଏବଂ ଦକ୍ଷିଣ ଭାଗରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି ।

    ତେବେ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ଏବଂ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗର ଅଭାବ ରହିଛି । ତାଙ୍କର ସୂଚନାନୁସାରେ ଝାରସୁଗୁଡା ଓ ମୁମ୍ବାଇ ମଧ୍ୟରେ ସିଧା ସଳଖ ବିମାନ ଚଳାଚଳ କରିବା ପାଇଁ  ପଶ୍ଚିମ ଓଡିଶାର ଯାତ୍ରୀମାନଙ୍କର ଦାବୀ ରହିଛି ।

    ପଶ୍ଚିମ ଓଡିଶା ଲୋକଙ୍କର ସୁବିଧାକୁ ଧ୍ୟାନରେ ରଖି ଖୁବ ଶୀଘ୍ର ଝାରସୁଗୁଡା ଓ ମୁମ୍ବାଇ ମଧରେ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହାବ୍ୟତିତ ମୁମ୍ବାଇ ଓ ଝାରସୁଗୁଡା ମଧ୍ୟରେ ଉଡାଣ ଓ ଅବତରଣ ପାଇଁ ସମୟ ଦେବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook