Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଧର୍ମେନ୍ଦ୍ରଙ୍କୁ ଏଭଳି କହିଲେ ପ୍ରଣବ ପ୍ରକାଶ

    Share on :
    ajab-Image
    Date: Nov 20, 2021    Views: 4288

    ଭୁବନେଶ୍ବର: କୃଷି ଆଇନ୍‌ ପ୍ରତ୍ୟାହାରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ତଥା ସାଂଗଠିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆନ୍ଦୋଳନ ବେଳେ ଯେଉଁ ୭୫୦ ନୀରିହ ଚାଷୀଙ୍କର ମୃତ୍ୟୁ ହୋଇଛି ତାର ନୈତିକ ଦାୟିତ୍ବ କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରକୁ ଗାଡ଼ି ଚଢାଇବା ଘଟଣାରେ ପୁଅ ଆଶିଷ ମିଶ୍ରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢେଇଲେ ଭଲ ହୁଅନ୍ତା ବୋଲି ପ୍ରଣବ କହିଛନ୍ତି ।

    ଗୋଟିଏ ଟ୍ରେନ୍‌ ଦୁର୍ଘଟଣାରେ ନୈତିକତା ଦୃଷ୍ଟିରୁ ପୂଜ୍ୟ ଶାସ୍ତ୍ରୀଜୀ ଇସ୍ତଫା ଦେଇଥିଲେ । ଆପଣଙ୍କ ଶାସନ କାଳରେ ଅନେକ ଥର ଦୁର୍ଘଟଣା ଘଟିଥିଲେ ମଧ୍ୟ କେତେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ । ଏପଟେ ମମିତା ହତ୍ୟା ମାମଲାରେ ମଧ୍ୟ ଧମେନ୍ଦ୍ରଙ୍କୁ କଡାଭାଷାରେ ଚ୍ୟାଲେଞ୍ଜ କରିଛନ୍ତି । ଯଦି ଦମ ଅଛି ପୋଲିସ କିମ୍ବା କୋର୍ଟ ପାଖରେ ପ୍ରମାଣ ଉପସ୍ଥାପନ କର । ଇସ୍ତଫା ଛାଡନ୍ତୁ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତଙ୍କୁ ବାନ୍ଧିକି ଜେଲ୍‌ରେ ଭର୍ତ୍ତି କରିବେ ବୋଲି ଟ୍ବିଟ କରି କହିଛନ୍ତି ।

    ଶୁକ୍ରବାର ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର କେସକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାର ପ୍ରତିବାଦରେ ପ୍ରଣବ ଦାସ ପ୍ରମାଣ ମାଗିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook