Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଓ ଗୌରବମୟ ଦିନ:ଧର୍ମେନ୍ଦ୍ର

    Share on :
    ajab-Image
    Date: Jul 17, 2026    Views: 2454

    ପୁରୀ : ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରି ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବା ସହ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରିଛନ୍ତି ।ଏହି ପବିତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରଥଯାତ୍ରା ସମସ୍ତଙ୍କ ପାଇଁ ଏକ ପବିତ୍ର ଓ ଗୌରବମୟ ଦିନ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିବାର ଏକ ଅନନ୍ୟ ଗଣପର୍ବ ହେଉଛି ରଥଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ରକ୍ଷାକର୍ତ୍ତା ଏବଂ ତାଙ୍କର ମହିମା ଅପାର । ଆଜି ପବିତ୍ର ବଡ଼ଦାଣ୍ଡରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋତେ ମିଳିଛି । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।

    ଏହା ପୂର୍ବରୁ ଶ୍ରୀ ପ୍ରଧାନ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିଥିଲେ । ସେଠାରେ ସେ ପୂଜ୍ୟ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ କରି ତାଙ୍କର ସାନ୍ନିଧ୍ୟ ଲାଭ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ପୁରୀ ଗୋବର୍ଦ୍ଧନ ପୀଠ ହେଉଛି ଆମ ଶ୍ରଦ୍ଧା ଓ ବିଶ୍ୱାସର ଏକ ପ୍ରମୁଖ କେନ୍ଦ୍ର । ପୂଜ୍ୟ ମହାରାଜାଙ୍କ ଅମୂଲ୍ୟ ଜ୍ଞାନ ଓ ମାର୍ଗଦର୍ଶନ ସଦାସର୍ବଦା ମାନବ ସମାଜକୁ ପ୍ରେରିତ ଓ ଆଲୋକିତ କରୁ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook