Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିଦ୍ୟାଳୟ ପରିଚାଳନାକୁ ଅଧିକ ସ୍ବଚ୍ଛ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର

    Share on :
    ajab-Image
    Date: May 7, 2026    Views: 3077

    ଭୁବନେଶ୍ବର: ସ୍କୁଲ ମ୍ୟାନଜମେଣ୍ଟ କମିଟି(ଏସ୍‌ଏମ୍‌ସି) ଗାଇଡ୍‌ଲାଇନ୍‌ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବ। ଏହି ନୂତନ ଗାଇଡ୍‌ଲାଇନ୍ ବିଦ୍ୟାଳୟ ପରିଚାଳନାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ସହ ଏକ ସୁସ୍ଥ ଶିକ୍ଷାଦାନ ପରିବେଶ ଗଠନରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।     ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ‘ସ୍କୁଲ ମ୍ୟାନେଜମେଣ୍ଟ କମିଟି-୨୦୨୬’ର ନୂତନ ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ମାର୍ଗଦର୍ଶିକା ବିଦ୍ୟାଳୟ, ପରିବାର ଓ ସମାଜ ମଧ୍ୟରେ ଏକ ସଶକ୍ତ ଭାବନାତ୍ମକ ଓ ସାମାଜିକ ସହଭାଗିତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମସ୍ତେ ବିଦ୍ୟାଳୟର ସାମଗ୍ରିକ ବିକାଶ, ଅନୁଶାସନ ଓ ଗୁଣାତ୍ମକ ଶିକ୍ଷାର ତଦାରଖ ପାଇଁ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ। ନୂତନ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୃତୀୟ ଶ୍ରେଣୀରୁ କମ୍ପ୍ୟୁଟେସିଓନାଲ୍‌ ଥିଙ୍କିଂ ଓ ଏଆଇ ଆଧାରିତ ଶିକ୍ଷାର ଶୁଭାରମ୍ଭ କରାଯାଇଛି।

    ସେ ଆହୁରି ମଧ୍ୟ କହିଥିଲେ ଯେ ସମଗ୍ର ଶିକ୍ଷା ଅଭିଯାନ, ପିଏମ୍‌ଶ୍ରୀ, ପିଏମ୍ ପୋଷଣ, ଅଟଳ ଟିଙ୍କରିଂ ଲ୍ୟାବ୍ ଓ ‘ଉଲ୍ଲାସ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି। ଡିଜିଟାଲ୍‌ ସ୍ୱାକ୍ଷରତାରେ ସୁଧାର, ଡ୍ରପ୍-ଆଉଟ୍ ହାରରେ ନିରନ୍ତର ହ୍ରାସ, ଛାତ୍ରୀଙ୍କ ପାଇଁ ଷ୍ଟେମ୍‌ ଶିକ୍ଷା କ୍ଷେତ୍ରରେ ସୁଯୋଗର ସମ୍ପ୍ରସାରଣ ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ୫ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ‘ସ୍କୁଲ ମ୍ୟାନେଜମେଣ୍ଟ କମିଟି’  ଏକ ଜନ-ଆନ୍ଦୋଳନ ଭାବରେ ଉଭା ହେବା ହେବା ଉଚିତ। ଏହି ଅବସରରେ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆଶିଷ ସୁଦ, ଛତିଶଗଡ଼ର ସ୍କୁଲ ଶିକ୍ଷା ମନ୍ତ୍ରୀ ଗଜେନ୍ଦ୍ର ଯାଦବ, ବିଶିଷ୍ଟ ଶିକ୍ଷାବିତ୍ ଓ ଶିକ୍ଷକଗଣ ଉପସ୍ଥିତ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook