Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଟିଏମସି ସରକାରର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ପଷ୍ଟ ଜନାଦେଶ : ଧର୍ମେନ୍ଦ୍ର

    Share on :
    ajab-Image
    Date: May 5, 2026    Views: 2955

    ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ହେଉଛି ବଙ୍ଗର ଜନସାଧାରଣଙ୍କ ବିଜୟ । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଅହଂକାର ବିରୋଧରେ ବଙ୍ଗବାସୀ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ବୋଲି ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

    ଶ୍ରୀ ପ୍ରଧାନ କହିଛନ୍ତି ପଶ୍ଚିମବଙ୍ଗରେ ମହିଳାମାନଙ୍କ ଉପରେ କ୍ରମାଗତ ଅତ୍ୟାଚାର ଏବଂ ଶାସକ ଦଳର ନେତାମାନଙ୍କ ଦ୍ୱାରା ଦିଆଯାଉଥିବା ସଂବେଦନହୀନ ମନ୍ତବ୍ୟକୁ ବଙ୍ଗର ନାରୀଶକ୍ତି ପ୍ରତ୍ୟାଖ୍ୟାନ କରିଛନ୍ତି । ପଶ୍ଚିମବଙ୍ଗର ଜନସାଧାରଣ ମମତା ବାନାର୍ଜୀଙ୍କୁ ବିଦାୟ କରିବା ସହ ଭାରତୀୟ ଜନତା ପାର୍ଟିର ସୁଶାସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ଅତୁଟ ବିଶ୍ୱାସ ପ୍ରକଟ କରିଛନ୍ତି । ଏହି ବିଜୟ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 'ସୋନାର ବାଂଲା'ର ସ୍ୱପ୍ନ ସାକାର କରିବାରେ ଏକ ଦୃଢ଼ ମୂଳଦୁଆ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

    ଆସାମ ବିଧାନସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପିକୁ ପ୍ରଚଣ୍ଡ ବହୁମତ ଦେଇଥିବାରୁ ଶ୍ରୀ ପ୍ରଧାନ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷରେ ତାମିଲନାଡୁରେ ବିଜେପି ପ୍ରତି ବିଶ୍ୱାସ ଓ ସମର୍ଥନ ପ୍ରକଟ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ଟିଭିକେର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପୁଡୁଚେରୀରେ ଏନଡିଏର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ପ୍ରଧାନମନ୍ତ୍ରୀଙ୍କ ବିକାଶର ଦୂରଦୃଷ୍ଟି ଉପରେ ଜନସାଧାରଣଙ୍କ ଆସ୍ଥା ବୋଲି ସେ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook