Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛେଣ୍ଡିପଦାକୁ ୧୭୨ କୋଟିର ପ୍ରକଳ୍ପ ଭେଟି ଦେଲେ ଧର୍ମେନ୍ଦ୍ର

    Share on :
    ajab-Image
    Date: Mar 22, 2026    Views: 2635

    ଅନୁଗୋଳ: ଅନୁଗୋଳ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଗତକାଲି(ଶନିବାର) ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଛେଣ୍ଡିପଦା ତହସିଲ ଅଫିସ ପାଖ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଛେଣ୍ଡିପଦା ଗଠନର ଆହ୍ୱାନ ଦେଇଛନ୍ତି । ବିକଶିତ ଛେଣ୍ଡିପଦା ବିକଶିତ ଅନୁଗୋଳ ଗଠନ ହେଲେ ଯାଇ ବିକଶିତ ଓଡ଼ିଶା ଗଠନ ସମ୍ଭବ ହୋଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
    ଛେଣ୍ଡିପଦା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୧୭୨ କୋଟି ଟଙ୍କାର ୪୧ଟି ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଯାହା ମଧ୍ୟରେ ଛେଣ୍ଡିପଦାରେ ଏକ ଷ୍ଟାଡିୟମ ଓ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ହେବ, ଅଞ୍ଚଳର ବିକାଶରେ ଆହୁରି ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ଏହା ଛଡା ବିଭିନ୍ନ ସରକାରୀ ସ୍କିମରେ ଲାଭାର୍ଥୀଙ୍କୁ ମଧ୍ୟ ଯୋଜନା ବାବଦକୁ ଅର୍ଥ ପ୍ରଦାନ କରାଯାଇଥିଲା । ଯେଉଁଥିରେ ବ୍ଲକର ୪୨ ଲାଭାର୍ଥୀ ଉପକୃତ ହୋଇଥିଲେ ।

    ବିକାଶ ସହ ପରିବେଶର ସୁରକ୍ଷା ମଧ୍ୟ ଅପରିହାର୍ୟ୍ୟ, ସେଥିପାଇଁ ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ପରିବେଶ ଗଢ଼ିବା ଲକ୍ଷ୍ୟରେ ସ୍କୁଲ ବର୍ଜ୍ୟ ପରିଚାଳନା ମଡ୍ୟୁଲ ‘ପ୍ଲାଷ୍ଟିକ ଟୁ୍‌ ପ୍ରୋପୋଜ୍‌’ ପ୍ରଶଂସନୀୟ । ଏହି ମଡ୍ୟୁଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ଲାଷ୍ଟିକ ବର୍ଜ୍ୟର ପରିଚାଳନା କରିବା ସହ 'ପ୍ଲାଷ୍ଟିକ ଆକ୍ସନ ଟିମ୍' ଗଠନ କରି ନେତୃତ୍ୱ ନେବାକୁ ସକ୍ଷମ ହେବେ । ସ୍କୁଲ ଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ସହ ପିଲାମାନଙ୍କ ମଧ୍ୟରେ ଏହି ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଶିକ୍ଷକମାନେ ଦାୟିତ୍ୱ ନେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook