Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କେନ୍ଦ୍ର ବଜେଟ୍ 'ବିକଶିତ ଭାରତ' ଗଠନର ଏକ ବଳିଷ୍ଠ ଆଧାର- ଧର୍ମେନ୍ଦ୍ର

    Share on :
    ajab-Image
    Date: Feb 8, 2026    Views: 2363

    ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭କୁ 'ବିକଶିତ ଭାରତ' ଗଠନର ଏକ ବଳିଷ୍ଠ ଆଧାର ବୋଲି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସବକା ସାଥ୍, ସବକା ବିକାଶ' ମନ୍ତ୍ରରେ ଅନୁପ୍ରାଣିତ ଏହି ବଜେଟ୍, ସମାଜର ସବୁ ବର୍ଗର ଆକାଂକ୍ଷା ପୂରଣ କରିବା ସହ ଶିକ୍ଷା, କୃଷି ଓ ପର୍ଯ୍ୟଟନ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ପାଇଁ ବିକାଶର ନୂତନ ଦ୍ୱାର ଖୋଲିବା ନେଇ ସେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।

    ଧର୍ମେନ୍ଦ୍ର କହିଛନ୍ତି ଯେ,"ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଏହି ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୬.୮% ରୁ ୭.୨% ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏହା ସମାଜର ସବୁ ବର୍ଗର ଆକାଂକ୍ଷା ପୂରଣ କରିବା ସହ ଏକ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରୁଛି । ୨୦୧୩-୧୪ରେ ଦେଶର ରପ୍ତାନୀ ପରିମାଣ ୪୬୬.୨୨ ବିଲିୟନ ଆମେରିକୀୟ ଡଲାର ଥିବା ବେଳେ ଆଜି ମୋଦି ସରକାରରେ ତାହା ୭୭ ପ୍ରତିଶତ ବଢି ୮୨୪.୯ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶରେ ବିଦେଶ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫଡିଆଇ ୨୦୧୩-୧୪ ବର୍ଷରେ ୩୬.୦୫ ବିଲିୟନ ଆମେରିକୀୟ ଡଲାର ଥିଲା । ଏହି ସଂଖ୍ୟା ଦୁଇ ଗୁଣା ହୋଇ ୮୧.୦୪ ବିଲିୟନ ଆମେରିକୀୟ ଡଲାର ହୋଇଛି । ଦେଶର ଜିଡିପି ହାର ୨୦୧୪-୧୫ରେ ୧୦୬.୫୭ କୋଟିରୁ ତିନିଗୁଣା ବଢି ୩୩୧.୦୩ କୋଟି ହୋଇଛି । ଆମ ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୯୭.୯ ବିଲିୟନ ଆମେରିକୀୟ ଡଲାର ବଢିଛି । ମୁଦ୍ରାସ୍ଫିତି ନିୟନ୍ତ୍ରଣ ହୋଇଛି । ୨୦୨୦ରେ ଜିଏସଟି କଲେକ୍ସନ ୧୧ ଲକ୍ଷ କୋଟି ହୋଇଥିବା ବେଳେ ଏବେ ତାହା ବଢି ୨୨ ଲକ୍ଷ କୋଟି ହୋଇଛି । ଭାରତର ଷ୍ଟାର୍ଟଅପ ଇକୋସିଷ୍ଟମ ବିଶ୍ୱରେ ତୃତୀୟ ହୋଇଛି । ମୋଦି ସରକାରରେ ଲୋକଙ୍କ ଜନଜୀବନ ସହଜ ହୋଇଛି । ୨୦୩୫ ସୁଦ୍ଧା ଏଆଇ ୧.୭ ଟ୍ରିଲିୟନ ଡଲାର ଯୋଗଦାନ କରିବାର ଲକ୍ଷ୍ୟ ରଖାଯାଇଛି ।"
    ଚଳିତ ବଜେଟରେ ଆଗାମୀ ୫ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ ଏବଂ ୪୦,୦୦୦ କୋଟି ଟଙ୍କାର ‘ଇଣ୍ଡିଆ ସେମିକଣ୍ଡକ୍ଟର ୨.୦’ ମିଶନର ଶୁଭାରମ୍ଭ କରାଯାଇଛି। ଶ୍ରମ-ଭିତ୍ତିକ ବୟନ ଶିଳ୍ପ ଏବଂ ଖଦି-ହସ୍ତଶିଳ୍ପର ବିକାଶ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ’ ଅଭିଯାନ ଘୋଷଣା କରାଯାଇଛି । ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ଗ୍ରୋଥ୍ ଫଣ୍ଡ୍ ଗଠନ କରାଯାଇଛି । ଯୁବପିଢ଼ିଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ‘ଇଟୁଇ’ (ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗ) ମାନକ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି । ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ କଲେଜରେ ‘ଏଭିଜିସି’ (ଆନିମେସନ୍, ଗେମିଂ) ଲ୍ୟାବ୍ ପ୍ରତିଷ୍ଠା ହେବ । ଛାତ୍ରୀମାନଙ୍କୁ ଷ୍ଟେମ ଶିକ୍ଷାରେ ସହାୟତା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ ନିର୍ମାଣ କରାଯିବ । ଶିକ୍ଷା ଓ ଚିକିତ୍ସା ଉଦ୍ଦେଶ୍ୟରେ ବିଦେଶକୁ ଅର୍ଥ ପ୍ରେରଣ ଉପରେ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରାଯାଇଛି । ଏହି ବଜେଟ୍ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦକୁ ୧୧ ଲକ୍ଷ କୋଟିରୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ପ୍ରଗତି ପଥକୁ ପ୍ରଶସ୍ତ କରିବ । ଦେଶରେ ୭ଟି ହାଇ-ସ୍ପିଡ୍ ରେଳ କରିଡର ସହ ପର୍ଯ୍ୟଟନର ବିକାଶ ପାଇଁ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ଗଠନ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନିଟି ନୂତନ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ସ୍ଥାପନ ହେବ। ଏହି ବଜେଟ୍ ସାମଗ୍ରିକ ଭାବେ ଏକ ସମୃଦ୍ଧ ଓ ସଶକ୍ତ ଭାରତ ଗଠନରେ ସହାୟକ ହେବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook