Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି 'ପରୀକ୍ଷା ପେ ଚର୍ଚ୍ଚା' : ଧର୍ମେନ୍ଦ୍ର ପ୍ରଧାନ

    Share on :
    ajab-Image
    Date: Feb 6, 2026    Views: 2951

    ନୂଆଦିଲ୍ଲୀ/ଭୁବନେଶ୍ୱର,: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି)ର ୯ମ ସଂସ୍କରଣ ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ସକାଳ ୧୦ଟାରେ ସାରା ଦେଶର ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ମୋଦି ସିଧାସଳଖ ଆଲୋଚନା କରିଥିଲେ । 'ପରୀକ୍ଷା ପେ ଚର୍ଚ୍ଚା' ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କୁ ନୂଆ ରାସ୍ତା ଦେଖାଇଥିଲେ ମୋଦି । ଛୋଟ ଛୋଟ ଟିପ୍ସ ଏବଂ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଦୂର କରି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ । ଏହି କାର୍ୟ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସବୁଠୁ ବଡ ମାର୍ଗଦର୍ଶକ ସାଜିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

    ଆଜି ନୂଆଦିଲ୍ଲୀ ସ୍ଥିତ ଜିଏମସି ବାଲୟୋଗୀ ଅଡ଼ିଟୋରିୟମ ରେ 'ପରୀକ୍ଷା ପେ ଚର୍ଚ୍ଚା-୨୦୨୬' ର ସ୍ପେଶାଲ ସ୍କ୍ରିନିଂ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ମନ୍ତ୍ରୀ ସହଯୋଗୀ ସାଂସଦ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ବସି ପ୍ରଧାନମନ୍ତ୍ରୀଙ୍କ ମାଷ୍ଟରକ୍ଲାସକୁ ଉପଭୋଗ କରିଥିଲେ। ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣରେ ଉପାଦେୟ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, 'ପରୀକ୍ଷା ପେ ଚର୍ଚ୍ଚା' କେବଳ ପରୀକ୍ଷା ରେଜଲ୍ଟ ପାଇଁ ନୁହେଁ, ବରଂ ଏହା ଶିଶୁର ବୌଦ୍ଧିକ ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରେ । ଏହା ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଭୟମୁକ୍ତ ପରିବେଶରେ ଭଲ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିଛି । ଏହି କାର୍ୟ୍ୟକ୍ରମ ଆଜି ଦେଶବ୍ୟାପୀ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।

    ଏହି କାର୍ୟ୍ୟକ୍ରମରେ ଟାଇମ ମ୍ୟାନେଜମେଣ୍ଟ ବା ସମୟ ପରିଚାଳନା, ମାନସିକ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ କେବଳ ଛାତ୍ରଛାତ୍ରୀ ନୁହେଁ, ବରଂ ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ । ଏହି ଅନନ୍ୟ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କୁ 'ବିକଶିତ ଭାରତ' ର ସାରଥି ଭାବେ ଗଢ଼ିତୋଳିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଶେଷରେ, କେନ୍ଦ୍ରମନ୍ତ୍ରୀ ଆଗାମୀ ପରୀକ୍ଷା ପାଇଁ ସମସ୍ତ 'ଏଗଜାମ ୱାରିୟର୍ସ' ବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନେ ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook