Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୟୁଜିସିର ନୂଆ ନିୟମର ଅପବ୍ୟବହାର କରାଯିବ ନାହିଁ: ଧର୍ମେନ୍ଦ୍ର

    Share on :
    ajab-Image
    Date: Jan 28, 2026    Views: 2996

    ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ନିୟମକୁ ବିରୋଧ କରି ସାରା ଦେଶରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଓ ଉଚ୍ଚଜାତିର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଏହି ପରିସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶ୍ବାସନା ଦେଇ କହିଛନ୍ତି ଯେ, ସବର୍ଣ୍ଣଙ୍କ ବିରୋଧରେ ୟୁଜିସିର ନୂଆ ନିୟମର ଅପବ୍ୟବହାର କରାଯିବ ନାହିଁ।ବ୍ୟାପକ ବିକ୍ଷୋଭକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀସ୍ଥିତ ୟୁଜିସି ମୁଖ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିକ୍ଷୋଭକାରୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ନ କରିବା ପାଇଁ ବହୁ ସଂଖ୍ୟକ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌ, ରାଏବରେଲି, ବାରାଣସୀ, ମିରଟ, ପ୍ରୟାଗରାଜ ଓ ସୀତାପୁରରେ ଛାତ୍ରଛାତ୍ରୀ, ଯୁବକ ଓ ବିଭିନ୍ନ ସଂଗଠନ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ରାଏବରେଲିରେ ବିଜେପି କୃଷକ ନେତା ରମେଶ ବାହାଦୁର ସିଂହ ଏବଂ ଗୋରକ୍ଷା ଦଳ ସଭାପତି ମହେନ୍ଦ୍ର ପାଣ୍ଡେ ଉଚ୍ଚ ଜାତିର ସାଂସଦଙ୍କୁ ଚୁଡ଼ି ପଠାଇଥିଲେ। ଉତ୍ତରପ୍ରଦେଶରେ ବରେଲିର ସିଟି ମାଜିଷ୍ଟ୍ରେଟ୍ ଅଳଙ୍କାର ଅଗ୍ନିହୋତ୍ରୀ ନୂଆ ନିୟମକୁ ବିରୋଧ କରି ଇସ୍ତଫା ଦେଇଛନ୍ତି। କୁମାର ବିଶ୍ୱାସ ନୂତନ ୟୁଜିସି ନିୟମକୁ ସମାଲୋଚନା କରି ଏକ୍ସରେ ଏକ କବିତା ସେୟାର କରିଛନ୍ତି। 

    Maximum 500 characters

    ରାଜନୀତି View all

    Find Us on Facebook