Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାଷାଗତ ବିବିଧତା ଜ୍ଞାନର ସେତୁ ସାଜିଲେ ଭବିଷ୍ୟତ ଶକ୍ତିଶାଳୀ ହେବ - ଧର୍ମେନ୍ଦ୍ର

    Share on :
    ajab-Image
    Date: Dec 31, 2025    Views: 2594

    ରାମେଶ୍ୱରମ/ତାମିଲନାଡୁ: ଭାଷାଗତ ବିବିଧତା ଜ୍ଞାନର ସେତୁ ସାଜିଲେ ଭାରତର ଭବିଷ୍ୟତ ଶକ୍ତିଶାଳୀ ହେବ ବୋଲି ମଙ୍ଗଳବାର ତାମିଲନାଡୁର ରାମେଶ୍ୱରମ ଠାରେ ‘କାଶୀ ତାମିଲ ସଙ୍ଗମମ୍ ୪.୦’ର ସମାପନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
    ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାରୁ ଆରମ୍ଭ ହୋଇଥିବା ଏହି ସଙ୍ଗମମ୍ ଆମର ବୌଦ୍ଧିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସେଲିବ୍ରେଟ୍ କରିବା ସହ ଜାତୀୟ ସଂହତିକୁ ଅଧିକ ସୁଦୃଢ଼ କରିଛି । କାଶୀର ଗଙ୍ଗା କୂଳରୁ ଆରମ୍ଭ ହୋଇ ରାମେଶ୍ୱରମର ସମୁଦ୍ର କୂଳରେ ପହଞ୍ଚିଥିବା ଏହି କାର୍ଯ୍ୟକ୍ରମ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ନୂତନ ଶକ୍ତି ପ୍ରଦାନ କରିବା ସହ ଉଭୟ ଅଞ୍ଚଳର ଶତାବ୍ଦୀ ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିଛି । 
    ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ଯେ,  ସମସ୍ତଙ୍କୁ ସାମିଲ କରିବା ଏବଂ ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ।  ଯେତେବେଳେ ଆମେ ବିବିଧତାକୁ ସମ୍ମାନ ଦେଉ ଏବଂ ଭାଷାଗତ ବୈଚିତ୍ର୍ୟକୁ ଜ୍ଞାନର ସେତୁ ଭାବେ ଗ୍ରହଣ କରୁ, ସେତେବେଳେ ଭାରତର ଭବିଷ୍ୟତ ଆହୁରି ଶକ୍ତିଶାଳୀ ହୁଏ ବୋଲି ସେ କହିଛନ୍ତି । 
    ତାମିଲ ସଭ୍ୟତା କେବଳ ଏକ ଆଞ୍ଚଳିକ ପରିଚୟ ନୁହେଁ, ବରଂ ଏହା ଭାରତର ସାଭ୍ୟତିକ ଯାତ୍ରାର ମୂଳଦୁଆ । ଚଳିତ ବର୍ଷର ବିଷୟବସ୍ତୁ ‘ତାମିଲ କର୍କଲମ୍’ କେବଳ ତାମିଲ ଶିକ୍ଷାକୁ ପ୍ରୋତ୍ସାହିତ କରୁନାହିଁ, ବରଂ ଭାରତର ପ୍ରାଚୀନ ଜ୍ଞାନର ଦ୍ୱାର ଖୋଲିଛି । କାଶୀ ତାମିଲ ସଙ୍ଗମମ୍ ଆଗାମୀ ଦିନରେ ଭାରତର ଯୁବପିଢ଼ିଙ୍କୁ ଆମର ଗୌରବମୟ ସଭ୍ୟତାର ଗର୍ବିତ ବାହକ ହେବା ପାଇଁ ଅନୁପ୍ରାଣିତ କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି ।
     ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ତାମିଲନାଡୁ ସ୍ଥିତ ଡ. ଏପିଜେ ଅବଦୁଲ କଲାମ ମେମୋରିଆଲ ପରିଦର୍ଶନ କରିଥିଲେ । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook