Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା "ଧର୍ମେନ୍ଦ୍ର ପ୍ରଧାନ

    Share on :
    ajab-Image
    Date: Sep 18, 2025    Views: 3203

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଜି କେବଳ ତାଙ୍କର ଜନ୍ମଦିନର ଅବସର ନୁହେଁ ବରଂ ‘ବିକଶିତ ଓଡ଼ିଶା’ - ‘ବିକଶିତ ଭାରତ’ର ସ୍ୱପ୍ନ ଦେଖିଥିବା ଏବଂ ତାହାକୁ ବାସ୍ତବର ରୂପ ଦେଉଥିବା ଜଣେ ମହାନ ଲିଡରଙ୍କ ଜନ୍ମଦିନ ବୋଲି ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରରେ ‘ସେବା ପକ୍ଷ’ ଅଧୀନରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମା’ ସମଲେଇଶ୍ୱରୀଙ୍କ ଭୂମି ସମ୍ବଲପୁରରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଆଜି ବିଶ୍ୱର ଅଦ୍ୱିତୀୟ ଜନନେତା ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ୍ମଦିନ । ଏହି ଉପଲକ୍ଷେ ଆମ ଦଳ ପକ୍ଷରୁ ଆଜି ଠାରୁ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ପର୍ୟ୍ୟନ୍ତ ୧୫ ଦିନ ଧରି ଦେଶବ୍ୟାପୀ ‘ସେବା ପକ୍ଷ’ ପାଳନ ହେଉଛି । ସେବା ପକ୍ଷରେ ସ୍ୱଚ୍ଛତା, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଭୋକାଲ୍ ଫର୍ ଲୋକାଲର ପ୍ରଚାର ପାଇଁ ମେଳା, ପ୍ରଦର୍ଶନୀ, ‘ବିକଶିତ ଭାରତ ପେଣ୍ଟିଂ ପ୍ରତିଯୋଗିତା ସହ ‘ମୋଦୀ ବିକାଶ ମାରାଥନ’ର ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ଆଜିର ସମାବେଶରେ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୧୧୪୧ ଜଣ ଲାଭାର୍ଥୀଙ୍କୁ ସହାୟତା ପ୍ରଦାନ କରିବା ସୌଭାଗ୍ୟ ବୋଲି ସେ କହିଛନ୍ତି ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ସମ୍ବଲପୁର କେବଳ ଏକ ସହର ନୁହେଁ, ଏହା ହେଉଛି ଅପାର ସମ୍ଭାବନାର ଏକ କେନ୍ଦ୍ର । ଏହାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ହସ୍ତତନ୍ତ ଶିଳ୍ପ ଓ ଶୈକ୍ଷିକ ଅନୁଷ୍ଠାନ ଏହାକୁ ଏକ ବିକଶିତ ଅଞ୍ଚଳରେ ପରିଣତ କରିବାରେ ସହାୟକ ହୋଇଛି । ଏହାର ସ୍ୱଦେଶୀ ସାମଗ୍ରୀକୁ ବିଶ୍ୱସ୍ତରରେ ପହଞ୍ଚାଇବା, ମହିଳାଙ୍କୁ ସଶକ୍ତ କରିବା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନେକ ସୁଯୋଗ ରହିଛି । ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ପାଇଁ ମିଳିତ ଭାବରେ କାର୍ୟ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।ଏହି କାର୍ୟ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ  ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
    ଞ୍ଚ

    Maximum 500 characters

    ରାଜ୍ୟ ଖବର View all

    Find Us on Facebook