Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି ଧର୍ମେନ୍ଦ୍ର

    Share on :
    ajab-Image
    Date: Aug 13, 2022    Views: 4422

    ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୁନ୍ଦରଗଡ ଜିଲ୍ଲା ଗସ୍ତ ସାରି ସେ ସନ୍ଧ୍ୟା ୬ଟାରେ ସମ୍ବଲପୁରକୁ ପହଞ୍ଚି ସିଧା ସମଲେଇଙ୍କ ଦର୍ଶନ କରିବେ । ଏହାପରେ ମନ୍ଦିର ପରିସରରେ ସର୍ବସାଧାରଣଙ୍କୁ ତିରଙ୍ଗା ପତାକା ବଣ୍ଟନ କରିବାର କାର୍ୟ୍ୟକ୍ରମ ରହିଛି । ସେଠାରୁ ସେ କୁଞ୍ଜେଲପଡା ସ୍ଥିତ ଆର୍‌ଏସ୍‌ଏସ୍‌ କାର୍ୟ୍ୟାଳୟରେ ଏକ ବୈଠକରେ ଯୋଗ ଦେଇ ରାତିରେ ପୁଣି ତପସ୍ୱିନୀ ଏକ୍ସପ୍ରେସରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ଥିବା ନେଇ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ପ୍ରବକ୍ତା ମାନସ ବକ୍ସି ସୂଚନା ଦେଇଛନ୍ତି ।

    ସ୍ୱାଧୀନତାର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ତାଙ୍କର ମାତ୍ର ୪ ଘଣ୍ଟିଆ ଗସ୍ତ ପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି।

    Maximum 500 characters

    ରାଜନୀତି View all

    Find Us on Facebook