ମୁଖ୍ୟ ଖବର
ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାମହୋତ୍ସବ ୨୦୨୬-୨୭ର ମୁଖ୍ୟ କଳାକାର ‘କଂସ’ ପାଇଁ ଆଜି କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ୍ ହଲ୍ରେ ଅଡିସନ୍ ଚାଲିଛି। ସର୍ବମୋଟ ୪୨ଜଣ କଳାକାର ଏଥିଲାଗି ଆବେଦନ କରିଛନ୍ତି। ସେମାନଙ୍କ ଭିତରୁ କାହାକୁ କଂସ ଭୂମିକା ଲାଭି ମନୋନୀତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।
ସୂଚନାଯୋଗ୍ୟ, ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଗ୍ରହୀ କଳାକାରମାନେ ନଭେମ୍ବର ୧ ତାରିଖରୁ ୧୫ ତାରିଖ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ସମିତି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀମାନେ ବରଗଡ଼ ଜିଲ୍ଲା ପ୍ରଶାସନର ୱେବ୍ସାଇଟ୍ ଏବଂ ଧନୁଯାତ୍ରାର ସ୍ୱତନ୍ତ୍ର ୱେବ୍ସାଇଟ୍ରୁ ଆବେଦନପତ୍ର ଓ ଆବଶ୍ୟକ ସୂଚନା ପାଇପାରିଥିଲେ। ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଆବେଦନ କରିବାକୁ ପଡ଼ିବ। କଳାକାର ଚୟନ ପାଇଁ ଅଡିସନ୍ ବ୍ୟବସ୍ଥା ରହିଥିବାବେଳେ ଏଥିରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ବିଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିବ। ଅଡିସନ୍ର ସ୍ଥାନ, ତାରିଖ ଓ ସମୟ ସମ୍ପର୍କରେ ଆବେଦନକାରୀଙ୍କୁ ଫୋନ୍, ହ୍ୱାଟ୍ସଆପ୍ କିମ୍ବା ଇ-ମେଲ୍ ଯୋଗେ ସୂଚନା ଦିଆଯିବ। ଆବେଦନକାରୀଙ୍କ ବୟସ, ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତାବଳୀ ସମ୍ପର୍କରେ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏଥିସହ ମେଡିକାଲ୍ ଫିଟ୍ନେସ୍ ପ୍ରମାଣପତ୍ର ଦାଖଲ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।
Comments ସମସ୍ତ ମତାମତ