Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଧାମନଗରବିଜୟ ଓଡିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବ:ସମୀର

    Share on :
    ajab-Image
    Date: Nov 7, 2022    Views: 3226

    ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କ  ବିଜୟରେ ଗଣତନ୍ତ୍ରର ବିଜୟ ହୋଇଛି । ଏହି ବିଜୟ ଓଡିଶା ରାଜନୀତିକୁ ନୂଆ ଦିଗଦର୍ଶନ ଦେବ । ଧାମନଗର ମାଟିର ବିକାଶ ଲାଗି ସର୍ବଦା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ୱର୍ଗତଃ ବିଧାୟକ ବିଷ୍ଣୁ ସେଠୀ କାର୍ୟ୍ୟ କରି ଆସୁଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ଯୋଜନାକୁ ଏବଂ ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଅଧୁରା କାର୍ୟ୍ୟକୁ ଆଗେଇ ନେବା ସହ ଧାମନଗରବାସୀଙ୍କ ଆଶା ଓ ଆକାଂକ୍ଷାର ପୂରଣ ପାଇଁ ସୂର୍ୟ୍ୟବଂଶୀ ସୂରଜ ଯୋଗ୍ୟ ବୋଲି ଧାମନଗର ନିର୍ବାଚନମଣ୍ଡଳୀର ଭୋଟରମାନେ ପ୍ରମାଣିତ କରିଛନ୍ତି । ଏନେଇ ରାଜ୍ୟ ସଭାପତି ସମୀର ମହାନ୍ତି ସ୍ୱାଭିମାନୀ ଧାମନଗରବାସୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

    ଲଢୁଆ ସ୍ୱାଭିମାନୀ ଧାମନଗରବାସୀ ଇତିହାସର ପୁନରାବୃତ୍ତି କରି ନୂତନ ଓଡିଶା ଗଠନର ମୂଳଦୁଆ ପକାଇଛି । ଏଥି ପାଇଁ ସମସ୍ତଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିବା ସହ ବିଜୟୀ ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି । ରାଜ୍ୟ କାର୍ୟ୍ୟାଳୟରେ ଏକାଠି ହୋଇ ନାଚଗୀତ, ବାଣବାଜା ଏବଂ ମିଷ୍ଟାନ ବଂଟନ କରି ବିଜୟ ଉତ୍ସବ ପାଳନ କରାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook