ମୁଖ୍ୟ ଖବର
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଗୁରୁବାର ମତଦାନ ସମ୍ପନ୍ନ ହୋଇଛି । ନିର୍ବାଚନ ମଣ୍ଡଳୀର ୨୫୨ଟି କେନ୍ଦ୍ରରେ ମତଦାତାମାନେ ଭୋଟ୍ ଦେଇଛନ୍ତି । ମୋଟ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାତା ଥିବା ବେଳେ ୬୬. ୬୩ ପ୍ରତିଶତ ମତଦାନ ହୋଇଛି । ମତଦାନ ହାର ୬୬.୬୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଗୁରୁବାର ସକାଳ ୫ଟା ୩୦ରେ ସମସ୍ତ ରାଜନୈତିକ ଦଳର ଏଜେଣ୍ଟଙ୍କ ଉପସ୍ଥିତିରେ ମକ୍ ପୋଲିଂ ଅନୁଷ୍ଠିତ ହୋଇଥିବା ବେଳେ ୭ଟାରେ ମତଦାନ ଆରମ୍ଭ ହୋଇଥିଲା । ଆରମ୍ଭରୁ ମତଦାତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ମତଦାତାମାନେ ଲମ୍ବା ଲାଇନରେ ଛିଡ଼ା ହୋଇ ମତଦାନ କରିଥିଲେ । ପୂର୍ବାହ୍ନ ୯ଟା ସୁଦ୍ଧା ମୋଟ ୧୦.୨୫ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬, ଦିନ ୧ଟା ସୁଦ୍ଧା ୩୮.୭୫ ଓ ୩ଟା ସୁଦ୍ଧା ୫୨. ୧୩ ମତଦାତା ଭୋଟ୍ ଦେଇଥିଲେ । ଏହାପରେ ମତଦାନ ହାର ଧିମେଇ ଯାଇଥିଲା । ଅପରାହ୍ନ ୫ଟା ସୁଦ୍ଧା ଏହି ହାର ୫୮.୫୩ ରହିଥିବା ବେଳେ ଭୋଟ୍ ଗ୍ରହଣ ଶେଷ ବେଳକୁ ଏହା ୬୬.୬୩ରେ ପହଞ୍ଚିଥିଲା । ତେବେ ମତଦାନ ଶାନ୍ତିପୂର୍ଣ୍ଣ ଥିବାବେଳେ ଧାମନଗର ବ୍ଲକ କଟସାହିର ୨ଟି ବୁଥ୍ ସମେତ ଦୋବଲ ଜୋନର ଅଳ୍ପ କିଛି ବୁଥ୍ ଓ ତିହିଡ଼ି ବ୍ଲକର କେତେକ ବୁଥ୍ରେ କାଁ ଭାଁ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସତର୍କ ନଜର ରଖିଥିବା ପୁଲିସ ପ୍ରଶାସନର ଷ୍ଟ୍ରାଇକିଂ ଫୋର୍ସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ଭିତରେ ରହିଛି । ଆସନ୍ତା ୬ ତାରିଖ ଗଣତିକୁ ସମସ୍ତେ ଅପେକ୍ଷା କରିଛନ୍ତି ।
Comments ସମସ୍ତ ମତାମତ