Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗାଁ ଗାଁରେ ବିଜେଡି ଟଙ୍କା ବାଣ୍ଟିବ :ଲେଖଶ୍ରୀ

    Share on :
    ajab-Image
    Date: Nov 2, 2022    Views: 4096

    ଭୁବନେଶ୍ୱର: ମଙ୍ଗଳବାର ଶେଷ ହୋଇଛି ଧାମନଗର ଉପନିର୍ବାଚନ ପ୍ରଚାର। ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ  ପ୍ରଚାର ଶେଷ ହୋଇଛି। ଏହାପରେ  ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ପ୍ରଚାର  ଶେଷ ହୋଇଛି। ବୁଧବାର ଓ ଗୁରୁବାର   ବିଜେଡି ବ୍ୟାପକ ଟଙ୍କା ବାଣ୍ଟିବା ସହ ମଦ,ମାଂସ ଦେଇ ଲୋକଙ୍କୁ ପ୍ରଲୋଭିତ କରାଇବ ବୋଲି ବିଜେପି ଅଭିଯୋଗ କରିଛି।

    ସରକାରୀ ଅଧିକାରୀ ଓ ଏସଏଚଜି ମହିଳା ମହିଳାଙ୍କ ସହାୟତାରେ ଗାଁ ଗାଁରେ ବିଜେଡି ଟଙ୍କା ବାଣ୍ଟିବ ବୋଲି ଆଶଙ୍କା କରୁଛି ବିଜେପି । ଏଥିପାଇଁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ପାଇଁ ବିଜେପି ସିଇଓଙ୍କୁ ଅନୁରୋଧ କିରିଛି । ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜନୀତି ପାଣି ଗୋଳିଆ କରିବାର ୨୨ ବର୍ଷର ଅଭିଜ୍ଞତା ବିଜେଡି ନିକଟରେ ରହିଛି। ନିର୍ବାଚନ କିମ୍ୱା ଉପନିର୍ବାଚନ ଆସିଲେ ଡ୍ରାମା,ପ୍ରହେଳିକା, ମିଛ କାହାଣୀ ବିଭିନ୍ନ ରୋଚକ ତଥ୍ୟ ଆଦି ପ୍ରସ୍ତୁତ କରିଥାଏ ଶାସକ ଦଳ। ଅତୀତରେ ଉପ ନିର୍ବାଚନରେ ଦଳ କଳ, ବଳ କୌଶଳ ବ୍ୟବହାର କରି ବୁଥ୍‌ ରାଗିଂ, ଭୋଟ ବାକ୍ସକୁ ବୋହିନେବା ଭଳି ବେଆଇନ ଅସାମ୍ୱିଧାନିକ, ଅଗଣତାନ୍ତ୍ରିକ କାର୍ୟ୍ୟ କରି ବିଜେଡି ଭୋଟ ହାତେଇଛି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook