Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯେଉଁ ପଞ୍ଚାୟତ ସର୍ବାଧିକ ଲିଡ୍‌ ଦେବ ତାକୁ କୋଟିଏ ଟଙ୍କାର ପୁରସ୍କାର!

    Share on :
    ajab-Image
    Date: Oct 26, 2022    Views: 3784

    ଭୁବନେଶ୍ୱର:  ଯେଉଁ ପଞ୍ଚାୟତ ସର୍ବାଧିକ ଲିଡ ଦେବ, ତାକୁ କୋଟିଏ ଟଙ୍କା ପୁରସ୍କାର ମିଳିବ ବୋଲି ବି କୁହାଯାଉଛି।  ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରାଯାଉଛି।  ସେହିଭଳି ଯେଉଁମାନଙ୍କ ହାତରେ ଅବାଧ ନିର୍ବାଚନର ଦାୟିତ୍ୱ ସେମାନେ ହିଁ ନିୟମ ଭାଙ୍ଗୁଛନ୍ତି। ଏପରି ଚିତ୍ର ଭଦ୍ରକ ଜିଲ୍ଲା ଧାମନଗରରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ବିଜେଡିକୁ ଘେରିଛି ବିଜେପି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଜେପି ଟିମ୍‌ ଫେରାଦ ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।
    ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି। ଏନେଇ ସେ କହିଛନ୍ତି, ଧାମନଗରରେ  ବିଜେଡିର ଏକ କର୍ମୀ ସମ୍ମିଳନୀରେ  ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରାଯାଇଛି।  ଯେଉଁ ପଞ୍ଚାୟତ ସର୍ବାଧିକ ଲିଡ୍‌ ଦେବ ତାକୁ କୋଟିଏ ଟଙ୍କାର ପୁରସ୍କାର ମିଳିବ ବୋଲି କୁହାଯାଇଛି।

    ଉକ୍ତ ସଭାରେ ପ୍ରୀତି ରଞ୍ଜନ ଘଡ଼ାଇ, ସୁଲତା ଦେଓ, ଜିଲ୍ଲା ପରିଷଦ ଭାଇସ୍‌ ପ୍ରେସିଣ୍ଡେଣ୍ଟ ଟୁନିବାଳା ବିଶ୍ୱାଳ ପ୍ରମୁଖ ନେତା ଉପସ୍ଥିତ ଥିଲେ। ଦଳର ଏପରି ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଧାମନଗରର ଜୟନ୍ତ କୁମାର ଭୋଇ ନାମକ ବିଜେଡି ନେତା ଏହା ଘୋଷଣା କରିଛନ୍ତି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ କିନ୍ତୁ ଚୁପଚାପ ବସିଛନ୍ତି।

    ଜିଲ୍ଲା ପ୍ରଶାସନ, ପୁଲିସ, ବିଜେଡି ପ୍ରଚାରରେ ସବୁ ଲାଗିଛନ୍ତି। ତେଣୁ ଏବେ ବାଡ଼ ଫସଲ ଖାଉଛି। ୪୮ ଘଣ୍ଟା ଭିତରେ କାର୍ୟ୍ୟାନୁଷ୍ଠାନ ନହେଲେ ଘଟଣା ସମ୍ପର୍କରେ ECIଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଆମେ ଆମ ନାଗରିକ ଅଧିକାରର ପ୍ରୟୋଗ କରିବୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook