Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଧାମନଗର ଉପନିର୍ବାଚନ ନେଇ ବାଜିଲା ବିଗୁଲ

    Share on :
    ajab-Image
    Date: Sep 23, 2022    Views: 3051

    ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିଛି । ଧାମନଗର ବିଧାନସଭା ଆସନ ଖାଲି ନେଇ  ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଏନେଇ ବିଧିବଦ୍ଧ ଭାବେ ଅବଗତ କରାଯାଇଛି । ବିଧାନସଭା ସଚିବ ଦାଶରଥି ଶତପଥୀ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

    ଗତ ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଛି । ବିଷ୍ଣୁଙ୍କ ବିୟୋଗରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ନିୟମ ଅନୁସାରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କର ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପ୍ରକ୍ରିୟା ଦେହାନ୍ତର ୬ ମାସ ମଧ୍ୟରେ ଶେଷ କରିବା ଲାଗି ନିୟମ ରହିଛି । ଯଦି ପରବର୍ତ୍ତୀ ସାଧାରଣ ବା ନିର୍ବାଚନକୁ ୬ ମାସରୁ କମ ରହିଥାଏ, ତେବେ ଉପ ନିର୍ବାଚନର ଆବଶ୍ୟକତା ପଡେ ନାହିଁ । ଆସନ୍ତା ସାଧାରଣ ନିର୍ବାଚନ ବିଳମ୍ବ ଥିବାରୁ ଉପ ନିର୍ବାଚନର ଆବଶ୍ୟକତା ରହିଛି । ତେଣୁ ଏନେଇ ବିଧାନସଭା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।ବିଧାନସଭା ସଚିବ ଏନେଇ ବିଧିବଦ୍ଧ ଭାବେ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହା ପରେ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଅନ୍ୟପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଏ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରିବେ । ଏହା ପରେ ନିର୍ବାଚନ କମିଶନ ଉପ ନିର୍ବାଚନ ନେଇ ତାରିଖ ପ୍ରକାଶ କରିବେ । ୧୯ ତାରିଖ ଦିନ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କର ପରଲୋକ ହୋଇଥିଲା । ମାସାଧିକ କାଳ କୀଡନି ସମସ୍ୟା କାରଣରୁ ଭୁବନେଶ୍ବର ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook