Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ଗଢ଼ାଯିବ ସ୍ୱତନ୍ତ୍ର ଆଣ୍ଟି-ଟେରର ସ୍କ୍ୱାଡ୍‌

    Share on :
    ajab-Image
    Date: Aug 13, 2026    Views: 2574

    ଭୁବନେଶ୍ୱର: ଏଣିକି ଅଦାଲତ, ବିମାନବନ୍ଦରରକୁ ବୋମାରେ ଉଡ଼େଇଦେବା ଧମକ  ଶୁଣି ଆଉ ଡରିବନି ଓଡ଼ିଶା ପୁଲିସ । ସହରାଞ୍ଚଳରେ  ଆତଙ୍କୀ ହମ୍‌ଲାକୁ ମୁକାବିଲା ପାଇଁ ଗଢ଼ାଯିବ ସ୍ୱତନ୍ତ୍ର  ଆଣ୍ଟି-ଟେରର ସ୍କ୍ୱାଡ୍‌(ଏଟିଏସ୍‌) । ଓଡ଼ିଶାରେ  ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ  ଆତଙ୍କବାଦୀ ସମ୍ୱନ୍ଧୀୟ ଧମକଗୁଡ଼ିକର ଦ୍ରୁତ ମୁକାବିଲା  ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
    ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି, ଆତଙ୍କବାଦ ପାଇଁ ସ୍ପେଶାଲ ଅପରେସନ ଗ୍ରୁପ୍‌  (ଏସ୍‌ଓଜି) ନିକଟରେ ପୂର୍ବରୁ ଏକ ଛୋଟ ଟାକ୍ଟିକାଲ ୟୁନିଟ୍‌ ଅଛି । କିନ୍ତୁ ଏକ ପୂର୍ଣ୍ଣାଙ୍ଗ ଏଟିଏସ୍‌ ଗଢ଼ାଗଲେ,  ଅଧିକ ସଂଖ୍ୟାରେ କମାଣ୍ଡୋ ନିୟୋଜିତ ହେବେ ।  ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ଥିବା ଏସ୍‌ଓଜି  କ୍ୟାମ୍ପସରେ ଆଧୁନିକ ତାଲିମ ସୁବିଧା ରହିଛି । ପୂର୍ବରୁ ମାଓ-ବିରୋଧୀ ଅପରେସନ ଦାୟିତ୍ୱରେ ଥିବା ସ୍ପେଶାଲ  ଅପରେସନ୍ସ ଗ୍ରୁପ୍‌(ଏସ୍‌ଓଜି)କୁ ଏବେ ଆତଙ୍କବାଦର  ମୁକାବିଲା ପାଇଁ ଏଟିଏସ୍‌ରେ ପୁନଃନିୟାଜିତ  କରାଯିବ । ରାଜ୍ୟରେ ଆଇନଗତ ଅଧିକାର ଥିବା  ଏକ ସ୍ୱତନ୍ତ୍ର ତଦନ୍ତ ପକ୍ଷ କିମ୍ୱା ସ୍ୱତନ୍ତ୍ର ପୁଲିସ୍‌ ଷ୍ଟେସନ ଭାବରେ ଏହି ଏଟିଏସ୍‌ ଗଢ଼ି ତୋଳା ଯିବ ।  
    ଗତବର୍ଷ ଡିସେମ୍ୱର ୨୪ରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ସେଠାରେ ଏକ ଅତ୍ୟାଧୁନିକ କାଉଣ୍ଟର ଟେରରିଜିମ୍‌ ଟ୍ରେନିଂ ଫ୍ୟାସିଲିଟି ଏବଂ ବ୍ରିଫିଙ୍ଗ ସେଣ୍ଟରର  ଉଦ୍‌ଘାଟନ କରିଥିଲେ । ଯାହା ଏକାସଙ୍ଗରେ ୪୦୦  କର୍ମଚାରୀଙ୍କୁ ତାଲିମ ଦେବାକୁ ସକ୍ଷମ । ଏହି ସ୍ୱତନ୍ତ୍ର ସ୍କ୍ୱାଡ୍‌  ଆତଙ୍କବାଦୀ ଧମକ ବିରୋଧରେ ଓଡ଼ିଶାର ପ୍ରସ୍ତୁତିକୁ  ଅଧିକ ମଜବୁତ କରିବ । ଯଦିଓ ଓଡ଼ିଶାରେ କୌଣସି  ପ୍ରତ୍ୟକ୍ଷ ଆତଙ୍କବାଦୀ ଆକ୍ରମଣ ହୋଇନାହିଁ, କିନ୍ତୁ  ଅତୀତରେ କେତେକ ସ୍ଥାନୀୟ ବାସିନ୍ଦାଙ୍କର ଉଗ୍ରବାଦୀ  ସଂଗଠନ ସହ ସମ୍ପର୍କ ସାମ୍ନାକୁ ଆସିଥିବାରୁ ପୁଲିସ  ପ୍ରଶାସନ ସତର୍କ ରହିଛି । କେନ୍ଦ୍ର ସରକାର ଦେଶରେ  ମାଓବାଦଙ୍କୁ ସଫଳତାର ସହ ଦମନ କରିବାରେ  ସକ୍ଷମ ହୋଇଥିଲେ । ବର୍ତ୍ତମାନ ସରକାରଙ୍କ ଧ୍ୟାନ  ସହରୀ ଆତଙ୍କବାଦ(ଅର୍ବାନ ଟେରୋରିଜିମ୍‌) ଏବଂ  ଯୁଦ୍ଧ କୌଶଳ ମୁକାବିଲା ଆଡ଼କୁ ଅଗ୍ରସର ହେଉଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook