Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହରମ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ

    Share on :
    ajab-Image
    Date: Jun 26, 2026    Views: 2372

    ଜୁନ ୨୬ ତାରିଖରେ ପବିତ୍ର ମହରମ ପର୍ବକୁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ଭାଇଚାରାର ପରିବେଶ ମଧ୍ୟରେ ପାଳନ କରିବା ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଭାସୀ ମାଧ୍ୟମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 

    ମହରମ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ପାଇଁ ଡିଜିପି ସମସ୍ତ ପୋଲିସ ଅଧିକାରୀଙ୍କୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ, ସମସ୍ତ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ ଜୋରଦାର କରିବା ସହ ଆବଶ୍ୟକ ସ୍ଥଳେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ଓ ସେମାନଙ୍କ ସଠିକ୍ ବ୍ରିଫିଂ ଉପରେ ଗୁରୁତ୍ଵ ଦେଇଛନ୍ତି। ରାଜ୍ୟର ଚିହ୍ନଟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସ୍ଵତନ୍ତ୍ର ସୁରକ୍ଷା ପ୍ଲାନ ସହ ଅତିରିକ୍ତ ସତର୍କତା ଅବଲମ୍ବନ କରିବା ସହ  ବିଗତ ବର୍ଷ ମାନଙ୍କରେ  ଘଟିଥିବା ବିଭିନ୍ନ ଛୋଟବଡ଼ ଘଟଣାର ସମୀକ୍ଷା କରାଯାଇ ସେହିସବୁ ସ୍ଥାନଗୁଡ଼ିକ ପ୍ରତି ଅଧିକ ଯତ୍ନବାନ ରହିବାକୁ କୁହାଯାଇଛି। 

    ସୋସିଆଲ ମିଡିଆରେ ଗୁଜବ ଓ ଉତ୍ତେଜନାମୂଳକ ପୋଷ୍ଟ ପ୍ରସାରଣକୁ ରୋକିବା ପାଇଁ ୨୪ ଘଣ୍ଟିଆ ସାଇବର ପାଟ୍ରୋଲିଂ କରାଯିବା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି କହିଛନ୍ତି। ଏହାବ୍ୟତୀତ, ସ୍ଥାନୀୟ ଅଞ୍ଚଳର ଶାନ୍ତି କମିଟି ଓ ବିଭିନ୍ନ ଗୋଷ୍ଠୀର ମୁଖ୍ୟମାନଙ୍କ ସହ ସମନ୍ଵୟ ବୈଠକ ଆୟୋଜନ କରି ପାରସ୍ପରିକ ସହଯୋଗ ମାଧ୍ୟମରେ ପର୍ବକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

    ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଦାସର୍ବଦା ପ୍ରସ୍ତୁତ ରହିବା ସହ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସହ ସୁସମ୍ପର୍କ ବଜାୟ ରଖିବାକୁ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ ପରାମର୍ଶ ଦେଇଛନ୍ତି। 

    ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର,  ଡିଆଇଜିପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା ପ୍ରମୁଖ ଉପସ୍ଥିତ ଥିଲେ।  ଆଭାସୀ ମାଧ୍ୟମରେ ସମସ୍ତ ରେଞ୍ଜ ଆଇଜି/ ଡିଆଇଜି  ଏବଂ ଜିଲ୍ଲାର ସମସ୍ତ ଏସପି ପ୍ରମୁଖ ଉପସ୍ଥିତ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook