Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତରେ ଋଣ ଜିଡିପିର ୮୯.୬%

    Share on :
    ajab-Image
    Date: Oct 14, 2021    Views: 4257

    ନୂଆଦିଲ୍ଲୀ: କୋଭିଡ-୧୯ ଏବଂ ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ହେତୁ ବିଶ୍ୱ ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି । ୨୦୨୦ ରେ ଭାରତର ଋଣ ଏହାର ମୋଟ ଘରୋଇ ଉପôାଦ (ଜିଡିପି)ର ୮୯.୬% ଥିବା ବେଳେ ଏ ବର୍ଷ ୯୦.୬% କୁ ବୃଦ୍ଧି ପାଇବା ନେଇ ଆଇଏମଏଫ ଆକଳନ କରିଛି । ୨୦୨୦ ରେ ବିଶ୍ୱର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚୀନର ଭାଗ ୯୦%ରୁ ଅଧିକ ଥିଲା । ଅବଶିଷ୍ଟ ବିକାଶମୁଖୀ ଅର୍ଥନୀତି ଏବଂ ନିମ୍ନ ଆୟକାରୀ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ଭାଗ ବିଶ୍ୱ ଋଣ ପରିମାଣର ପ୍ରାୟ ୭% ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଆଇଏମଏଫର ନିଦେ୍ର୍ଧଶକ (ଆର୍ଥିକ ବ୍ୟାପାର ବିଭାଗ )ଭିଟୋର ଗ୍ୟାସପର କହିଛନ୍ତି ଯେ, କୋଭିଡ -୧୯ ଏବଂ ଏହାକୁ ମୁକାବିଲା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ବିଶ୍ୱ ଋଣ ସ୍ତର ବୃହତ୍ତ ମାତ୍ରାରେ ବୃଦ୍ଧି ପାଇଛି । ତେବେ ଏହି ଋଣ ବିଭାଗ ସ୍ଥିରତାକୁ ରିସ୍କ ବୋଲି ସେ କହିଛନ୍ତି । ସରକାରୀ ଋଣ, ପାରିବାରିକ ଏବଂ ଅଣ ବିତ୍ତୀୟ କର୍ପୋରେସନଗୁଡ଼ିକରେ ଋଣ ବୃଦ୍ଧି ଯୋଗୁଁ ୨୦୨୦ରେ ବିଶ୍ୱ ଋଣ ଭାର ୨୨୬ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆଇଏମଏଫ ରିପୋର୍ଟ ଅନୁସାରେ ୨୦୧୬ରେ ଭାରତର ଋଣ ଏହାର ମୋଟ ଘରୋଇ ଉପôାଦ (ଜିଡିପି) ର ୬୮.୯% ଥିଲା । ଏହା ୨୦୨୦ରେ ୮୯.୬%କୁ ବୃଦ୍ଧି ପାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook