Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

    Share on :
    ajab-Image
    Date: Jul 27, 2026    Views: 3941

    ଟିଟିଲାଗଡ଼ :ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। କୋଇଲା ବୋଝେଇ ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରୁ ଖସିଯାଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଟ୍ରେନ୍‌ଟି ବଲାଙ୍ଗିର ପଟୁ ଆସୁଥିବା ବେଳେ ଟିଟିଲାଗଡ଼ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଥିଲା। ଲାଇନଚ୍ୟୁତ ହେବା ପରେ ରେଳ ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିଛି।

    ଘଟଣା ପରେ ରେଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍‌ ମରାମତି ଏବଂ ଲାଇନ୍‌ ସ୍ୱାଭାବିକ କରିବା ପାଇଁ କାମ ଆରମ୍ଭ କରିଛନ୍ତି। ତେବେ ଏହି ଲାଇନଚ୍ୟୁତ ଘଟଣାରେ କୌଣସି ଜୀବନହାନି ହୋଇଥିବା ନେଇ ସୂଚନା ମିଳିନାହିଁ।

    ଟ୍ରେନ୍ ଚଳାଚଳ କେତେ ସମୟ ପର୍ଯ୍ୟନ୍ତ ପ୍ରଭାବିତ ରହିବ ଏବଂ ରୁଟ୍‌ରେ କେଉଁ କେଉଁ ଟ୍ରେନ୍‌ ପ୍ରଭାବିତ ହୋଇଛି, ସେନେଇ ରେଳ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook