Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମହିଳାମାନେ ଆଦୌ ଦୁର୍ବଳ କିମ୍ବା ଅବଳା ନୁହଁନ୍ତି:ଉପମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Sep 7, 2026    Views: 2485

    ଭୁବନେଶ୍ବର : ରାଜ୍ୟରେ ସୁଭଦ୍ରା ଯୋଜନାର ସହାୟତା ରାଶିକୁ ନେଇ ମଦ୍ୟପ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରୁଥିବା ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ପରାଧିକ ଘଟଣାଗୁଡ଼ିକ ପଛରେ ସୁଭଦ୍ରା ଯୋଜନା କାରଣ ହୋଇନଥାଇପାରେ ବୋଲି ସେ ସ୍ପଷ୍ଟ କରିବା ସହ ମହିଳାମାନଙ୍କୁ ସଜାଗ ଓ ସଶକ୍ତ ହେବାକୁ ଆହ୍ୱାନ ଦେଇଛନ୍ତି।

    ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାମାନେ ଆଦୌ ଦୁର୍ବଳ କିମ୍ବା ଅବଳା ନୁହଁନ୍ତି, ସେମାନେ ସବଳା। ସମୟ ସମୟରେ ମହିଳାମାନଙ୍କ ଉପରେ ଅନେକ ଅତ୍ୟାଚାର ହୋଇଛି, ହେଲେ ସେମାନେ ପ୍ରତ୍ୟେକ ସ୍ଥିତିରେ ନିଜକୁ ଅଧିକ ଶକ୍ତିଶାଳୀ କରି ପ୍ରମାଣିତ କରିଛନ୍ତି। ନାରୀମାନେ ନିଜ ଶକ୍ତି ବିଷୟରେ ଭଲ ଭାବେ ଅବଗତ। ସେମାନେ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ରୂପ ଏବଂ ନିଜର ସୁରକ୍ଷା କିପରି କରିବାକୁ ହେବ, ତାହା ଭଲ ଭାବରେ ଜାଣନ୍ତି। ଏହି ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକ ପଛରେ ସୁଭଦ୍ରା ଯୋଜନା ବୋଧହୁଏ କାରଣ ହୋଇନଥିବ, ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook