Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାମାଣିକ ଆଳୁ ବିହନ ବିତରଣ

    Share on :
    ajab-Image
    Date: Dec 1, 2025    Views: 2631

    ଭୁବନେଶ୍ୱର: କଟକ ଜିଲ୍ଲା  ଆଠଗଡ଼ ବ୍ଲକର ଧୁରୁଷିଆ ପଞ୍ଚାୟତ ଅନ୍ତର୍ଗତ ଜଗମୋହନପୁର ଗ୍ରାମ ଠାରେ ଏକ ଆୟୋଜିତ ବିଶେଷ କାର୍ୟ୍ୟକ୍ରମରେ ଚଳିତ ରବିଋତୁ ୨୦୨୫ ରେ ରାଜ୍ୟ ସରକାରଙ୍କ  "ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ୍ନ " ଯୋଜନା ଅଧୀନରେ ପ୍ରାମାଣିକ ଆଳୁ ବିହନ ବିତରଣ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ଵାରା ହୋଇଛି କ୍ଷ ଚଳିତ ରବି ଋତୁରେ ଗୁଣାତ୍ମକ ଅଧିକ ଉତ୍ପାଦକ୍ଷମ ବିହନ ଆଳୁ ଯୋଗାଣ ପୂର୍ବକ ଆଳୁ ଚାଷର ବ୍ୟାପକ ପ୍ରସାର ଏବଂ କୃଷକ ମାନଙ୍କର ଆର୍ଥିକ ଉନ୍ନତି ଏହି କାର୍ୟ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ କ୍ଷ
    ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ  ଓଡ଼ିଶାସରକାରଙ୍କର ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ତଥା କୃଷି ଏବଂ କୃଷକ ସଶକ୍ତ କରଣ ଓ ଶକ୍ତିବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ  ସମବେତ କୃଷକମାନଙ୍କୁ ସମ୍ବୋଧନ କରି  ଆଳୁଚାଷର ଉତ୍ପାଦନ ବୃଦ୍ଧିନିମନ୍ତେ,ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ରାଜ୍ୟରେ ଆଳୁଯୋଗାଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ  ଆଭିମୁଖ୍ୟ  ବ୍ୟକ୍ତ କରିଥିଲେ କ୍ଷ 

    ଆଠଗଡ଼ର ମାନ୍ୟବର ବିଧାୟକ ତଥା ପୂର୍ବତନ କୃଷିମନ୍ତ୍ରୀ ଏବଂ ଆଜିର ଉତ୍ସବର ବରେଣ୍ୟ ସମ୍ମାନିତ ଅତିଥି ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଳୁର ଅଧିକ ଉତ୍ପାଦନକ୍ଷମ ଗୁଣାତ୍ମକ ବିହନ ସହିତ ଉନ୍ନତ ବୈଜ୍ଞାନିକ ଚାଷ ପ୍ରଣାଳୀ ମାଧ୍ୟମରେ  ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ସମବେତ କୃଷକମାନଙ୍କୁ ଉତ୍ସାହିତ କରିଥିଲେ କ୍ଷ
    କାର୍ୟ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥି ବୃନ୍ଦ,କୃଷକ ଏବଂ ଜନସାଧାରଣ ଯଶ୍ୱସୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର 'ମନ୍ କି ବାତ୍ ' ଉଦ୍ ବୋଧନକୁ ଶ୍ରବଣ କରିଥିଲେ ଏବଂ ତା ପରେ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ କାଲୁଙ୍ଗେ ଗୋରଖ ୱାମାନ୍ ସ୍ୱାଗତ ସମ୍ଭାଷଣ ରଖିଥିଲେ  କ୍ଷ

    ରାଜ୍ୟ ସରକାରଙ୍କ ବିହନ ଯୋଗାଣ ନିଗମର ପରିଚାଳନାକାରୀ ନିର୍ଦ୍ଦେଶକ ଶ୍ରୀ  ନୀତିରଞ୍ଜନ ସେନ୍  ରାଜ୍ୟର କୃଷକମାନଙ୍କ ଚାହିଦା ଅନୁସାରେ ଯଥାସମୟରେ ପ୍ରାମାଣିକ ବିହନ ଆଳୁ ଯୋଗାଣ ଦିଗରେ ନିଗମର ପ୍ରଚେଷ୍ଟା ସମ୍ବନ୍ଧରେ ଅବଗତ କରାଇଥିଲେ କ୍ଷ
    ବର୍ତ୍ତମାନ ସୁଦ୍ଧା ୧,୪୦,୦୦୦ କ୍ୱିଣ୍ଟାଲ ବିହନ ଆଳୁ ପଠାଯାଇଛି ଏବଂ ବିଭିନ୍ନ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ୯୧,୬୩୩ କ୍ୱିଣ୍ଟାଲ ବିହନ ଆଳୁ ବଣ୍ଟନ କରାଯାଇଛି।
    କଟକ ଜିଲ୍ଲାରେ, ୮୦୦ ହେକ୍ଟର ଜମିକୁ କଭର କରିବାର ଯୋଜନା ରହିଛି, ଯାହା ମଧ୍ୟରୁ ଆଠଗଡ଼ ଉପଖଣ୍ଡରେ ୨୭୦ ହେକ୍ଟର ଜମିରେ ଆଳୁ ଚାଷ କରାଯିବା ଯୋଜନା ରହିଛି।
    ଏହା ପରେ କୃଷକମାନଙ୍କୁ ପ୍ରାମାଣିକ ବିହନ ଆଳୁ ବିତରଣ ଏବଂ କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଆଳୁ ବିହନ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କ୍ଷ

     ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ, ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରଫୁଲ୍ଲ କୁମାର ଭଞ୍ଜ, ଶ୍ରୀ ସୁବ୍ରତ କୁମାର ଚାନ୍ଦ, ,କଟକ ଜିଲ୍ଲାର ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ସାଣ୍ଡୁଲ୍ ରାମା ରାଓ,  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କମଳାକାନ୍ତ ପାଣିଗ୍ରାହୀ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ,ବାଙ୍କୀ ଉପଖଣ୍ଡର ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ, ଆଠଗଡ଼ ଉପଖଣ୍ଡ ର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ତଥା କଟକ ଜିଲ୍ଲାର ସମସ୍ତ ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀଗଣ, ସ୍ଥାନୀୟ ଲୋକ ପ୍ରତିନିଧି ଉକ୍ତ ବିହନ ଆଳୁ ବିତରଣ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ କ୍ଷ

    Maximum 500 characters

    ରାଜ୍ୟ ଖବର View all

    Find Us on Facebook