Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଯୌନ ସମ୍ପର୍କ ବିନା ବିବାହ ଏକ ଅଭିଶାପ:ଦିଲ୍ଲୀ ହାଇକୋ

    Share on :
    ajab-Image
    Date: Sep 19, 2023    Views: 3760

    ନୂଆଦିଲ୍ଲୀ: ଜୀବନସାଥୀ ଯଦି ଉଦ୍ଦେଶ୍ୟମୂଳକ ଭାବେ ଯୌନ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମାତ୍ର ୩୫ ଦିନ ବୈବାହିକ ଜୀବନ ବିତାଇଥିବା ଏବଂ ବିବାହର ସ୍ବାଦ ଚାଖି ନ ଥିବା ଏକ ଦମ୍ପତିଙ୍କ ଛାଡ଼ପତ୍ରକୁ ହାଇକୋର୍ଟ କାଏମ ରଖିଛନ୍ତି। ପରିବାର ଅଦାଲତ ଉଭୟଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିବାବେଳେ ସ୍ତ୍ରୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଯୌନ ସମ୍ପର୍କ ବିନା ବିବାହ ଏକ ଅଭିଶାପ। ବିବାହରେ ଯୌନ ସମ୍ପର୍କ ନ ରଖିବା ଦୁଃଖଠାରୁ ଅଧିକ ମାରାତ୍ମକ କିଛି ନାହିଁ ବୋଲି ଜଷ୍ଟିସ ସୁରେଶ କୁମାର କାଏତ୍‌ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି। ସ୍ତ୍ରୀଙ୍କ ପ୍ରତିରୋଧ ଯୋଗୁ ସ୍ବାମୀ ବୈବାହିକ ସୁଖରୁ ବଞ୍ଚତ୍ତ ହୋଇଛନ୍ତି। ତାଙ୍କୁ ଯୌତୁକ ନିର୍ୟାତନା ଦିଆଯାଉଥିବା ସ୍ତ୍ରୀ ପୋଲିସରେ ଅଭିଯୋଗ ମଧ୍ୟ ଦାଏର କରିଥିଲେ, ଯାହାର କୌଣସି ପ୍ରମାଣ ନାହିଁ। ଏହା ମଧ୍ୟ ଏକ ନିଷ୍ଠୁରତା ବୋଲି ଖଣ୍ଡପୀଠ କହିଛନ୍ତି। ଇଚ୍ଛାକୃତ ଭାବେ ଜୀବନସାଥୀ ଯୌନ ସମ୍ବନ୍ଧକୁ ମନା କରିବା ନିଷ୍ଠୁରତା, ବିଶେଷ କରି ନବବିବାହିତଙ୍କ କ୍ଷେତ୍ରରେ ଏହା ଛାଡ଼ପତ୍ର ପାଇଁ ଯଥେଷ୍ଟ କାରଣ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook