Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀ କ୍ୟାପିଟାଲସର ଏହି ଖେଳାଳୀ ଦେବେ ଜରିମାନା

    Share on :
    ajab-Image
    Date: Apr 23, 2022    Views: 5005

    ମୁମ୍ବାଇ : ପଡ଼ିଆରେ ଖରାପ ବ୍ୟବହାର ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଋଷଭ ପନ୍ତଙ୍କ ପାଇଁ ମହଙ୍ଗା ପଡ଼ିଛି  । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ଋଷଭ ପନ୍ତଙ୍କ ମ୍ୟାଚ ଫିର ୧୦୦ ପ୍ରତିଶତ କଟା ଯାଇଥିବାବେଳେ ବୋଲର ଶାଦ୍ଦୁଳ ଠାକୁରଙ୍କ ମ୍ୟାଚ ଫିସ ବି ୫୦% କଟାଯାଇଛି  । ଅପରପକ୍ଷରେ ଋଷଭ ପନ୍ତ ମଧ୍ୟ ନିଜ ଦୋଷ ସ୍ୱୀକାର କରିଛନ୍ତି  । ଖାଲି ଏହି ଦୁଇ ଖେଳାଳୀ ନୁହଁନ୍ତି କୋଚ ପ୍ରବୀଣ ଆମରେଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ତାଙ୍କର ମ୍ୟାଚ ଫି’ର ୧୦୦% କଟିବ  ।

    ଗତକାଲି ଶେଷ ଓଭର ମ୍ୟାଚ ବେଳେ ମୈକାୟଙ୍କ ତୃତୀୟ ବଲକୁ ଅମ୍ପାୟାର ନୋବଲ ଦେଇନଥିଲେ  । ଦିଲ୍ଲୀ ଖେଳାଳୀ ଭାବିଥିଲେ ଏହା ନୋବଲ ଥିଲା  । ଏହା ପରେ ପନ୍ତ ସହାୟକ କୋଚ ପ୍ରବୀଣ ଆମରେଙ୍କୁ ପଡ଼ିଆ ଭିତରକୁ ପଠାଇଥିଲେ  । ସେ ନୋବଲ ଚେକ କରିବାକୁ ଅମ୍ପାୟାରଙ୍କୁ କହିଥିଲେ  । ଯେଉଁଥିପାଇଁ କିଛି ସମୟ ନିମନ୍ତେ ମ୍ୟାଚକୁ ରୋକା ଯାଇଥିଲା  ।

    ତେବେ ପନ୍ତଙ୍କ ଏଭଳି ବ୍ୟବହାର ପାଇଁ ତାଙ୍କୁ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି  । ପନ୍ତ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି  । ସେ କହିଛନ୍ତିଯେ,  ପାୱେଲ ଭଲ ବୋଲିଂ କରୁଥିଲେ  । କିନ୍ତୁ ଶେଷ ଓଭର ବୋଲିଂ ବେଳେ ସେ ନୋବଲ ପକାଇଥିବା ମନେ ହୋଇଥିଲା  । ଯଦି ନୋ ବଲ ହୋଇଥା’ନ୍ତା ତେବେ ଏହା ଦଳ ପାଇଁ ବହୁତ ମୂଲ୍ୟବାନ ହୋଇଥା’ନ୍ତା  । ତେଣୁ ସେ ନିରାଶ ହୋଇଥିଲେ ବୋଲି ପନ୍ତ କହିଛନ୍ତି  । ଉଭୟ ପନ୍ତ ଓ କୋଚଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ କୋଚ ପ୍ରବୀଣ ଆମ୍ରେଙ୍କୁ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ମଧ୍ୟ କରାଯାଇଛି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook