ମୁଖ୍ୟ ଖବର
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ୧୨ ସନ୍ଦିଗ୍ଧ ଅଟକ । ଏକାଧିକ ତଦନ୍ତକାରୀ ସଂସ୍ଥା ଦ୍ଵାରା ଚାଲିଛି ଜେରା । ଦିଲ୍ଲୀ ଲାଲକିଲା ନିକଟରେ କାର୍ ବିସ୍ଫୋରଣ ଘଟଣାରେ ୧୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ତଦନ୍ତ ଦଳ । ସନ୍ଦିଗ୍ଧକୁ ସମସ୍ତ ତଦନ୍ତକାରୀ ଦଳ ଜେରା କରୁଥିବା ସୂଚନା ରହିଛି । ଆଜି ସକାଳେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ କୁ ମଧ୍ୟ ଘଟଣାର ତଦନ୍ତ ଦାୟୀତ୍ଵ ଦିଆଯାଇଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଦିଲ୍ଲୀ ସମେତ ଦେଶର ଅନେକ ସମ୍ବେଦନଶୀଳ ସ୍ଥାନ ହାଇ ଆଲର୍ଟରେ ରହିଛି । ଦିଲ୍ଲୀ ସୀମାରେ ସୁରକ୍ଷା ଯାଞ୍ଚ ଏବଂ ସହରର ପ୍ରମୁଖ ସ୍ଥାନରେ ଯାନବାହାନର ବ୍ୟାପକ ଯାଞ୍ଚ ଚାଲିଛି ।
Comments ସମସ୍ତ ମତାମତ