Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିବାହ ବନ୍ଧନରେ ବାନ୍ଧି ହେଲେ ଦୀପକ ଚହର

    Share on :
    ajab-Image
    Date: Jun 2, 2022    Views: 3807

    ନୂଆଦିଲ୍ଲୀ  :  ଟିମ ଇଣ୍ଡିଆର ବୋଲର ଦୀପକ ଚହର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଜୟା ଭାରଦ୍ୱାଜଙ୍କ ହାତ ଧରିଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଆଗ୍ରା ସ୍ଥିତ ଜେପି ପ୍ୟାଲେସରେ ଦୁହେଁ ସାତଫେରା ନେଇ ପରସ୍ପର ଜୀବନର ନୁଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ଦୀପକ ଏକ ଧଳା ଶେରୱାନି ଏବଂ ପଗଡି ପିନ୍ଧି ବ୍ୟାଣ୍ଡ-ବାଜା ଶୋଭାଯାତ୍ରା ଧରି ହୋଟେଲ ପହଞ୍ଚିଥିବାବେଳେ ଦୀପକଙ୍କ ସମ୍ପର୍କୀୟ, ଲେଗ୍ ସ୍ପିନର ରାହୁଲ ଚହର ଏବଂ ଭଉଣୀ ମାଲତୀ ଚହରଙ୍କୁ ଖୁବ୍‌ ନାଚୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ଜୟା ମଧ୍ୟ ଗୋଲଡେନ୍‌ ଲେହେଙ୍ଗାରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

    ରାହୁଲ ଚହର ଏବଂ ଭଉଣୀ ମାଲତୀ ଚହରଙ୍କ ଡ୍ୟାନ୍ସର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ ବିବାହ ପରେ ଏବେ ଗ୍ରାଣ୍ଡ ରିସେପସନ୍‌ ପାର୍ଟି ପାଇଁ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ଦିଲ୍ଲୀର ଆଇଟିସି ମୋର୍ୟ୍ୟା ହୋଟେଲର କମଲ ମହଲରେ ଉଭୟଙ୍କ ରିସେପ୍ସନ୍ ଅନୁଷ୍ଠିତ ହେବ। 
    ଏହାପୂର୍ବରୁ ମଙ୍ଗଳବାର ଦିନ  ସଂଗୀତ ଏବଂ ମେହେନ୍ଦିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଏବଂ ବିରାଟ କୋହଲିଙ୍କ ଭଳି ଷ୍ଟାର କ୍ରିକେଟର ସାମିଲ ହୋଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook