Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ହକି ବିଶ୍ବକପ ଦଳ ଘୋଷଣା, ଦୀପଗ୍ରେସ ଉପଅଧିନାୟିକା

    Share on :
    ajab-Image
    Date: Jun 22, 2022    Views: 3367

    ଭୁବନେଶ୍ବର: ଆସନ୍ତା ଜୁଲାଇ ୧ରୁ ସ୍ପେନ ଓ ନେଦରଲାଣ୍ଡରେ ଆୟୋଜିତ ହେବ ମହିଳା ହକି ବିଶ୍ବ କପ । ଏନେଇ ଦଳ ଘୋଷଣା ହୋଇଛି । ଗୋଲକିପର ସବିତାଙ୍କୁ ଦଳର ଅଧିନାୟିକା ଏବଂ ଓଡିଶାର ଦୀପଗ୍ରେସଙ୍କୁ ଦଳର ଉପଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ଓଡିଶାରୁ ଏକମାତ୍ର ଖେଳାଳି ଭାବେ ୧୮ ଜଣିଆ ଦଳରେ ସ୍ଥାନ ପାଇଛନ୍ତି ଦୀପଗ୍ରେସ ।
    ବିଶ୍ବକପ ଜୁଲାଇ ୧ରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବ । ଭାରତ ପୁଲ ବି' ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଚୀନ ସହ ରହିଛି । ଜୁଲାଇ ୩ରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତ । ଦୀପଗ୍ରେସଙ୍କୁ ବିଶ୍ବକପ ପାଇଁ ଓଡିଶା କ୍ରୀଡା ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।ଭାରତୀୟ ଦଳ: ଗୋଲକିପର ସବିତା ( ଅଧିନାୟିକା), ବିଚୁ ଦେବୀ, ଡିଫେଣ୍ଡସ-ଦୀପଗ୍ରେସ ଏକ୍କା, ଗୁରଜିତ କୌର, ନିକି ପ୍ରଧାନ, ଉଦିତା, ମିଡଫିଲ୍ଡର ନିଶା, ସୁଶୀଳା ଚାନୁ, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସୋନିକା, ସଲିମା ଟେଟେ । ଫରୱାର୍ଡ-ବନ୍ଦନା କାଟାରିଆସ, ଲାଲରେମସିଆମି, ନଭନିତ କୌର, ଶର୍ମିଳା ଦେବୀ ।

    Maximum 500 characters

    ଖେଳ ଖବର View all

    Find Us on Facebook