ମୁଖ୍ୟ ଖବର
ଭୁବନେଶ୍ୱର: ଦଳ ଆମ ପାଇଁ ବଡ଼ । ଏହା କହିଛନ୍ତି ବିଜେଡି ନେତା ଦେବୀପ୍ରସାଦ ମିଶ୍ର । ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସପେଣ୍ଡ କରାଯିବା ପ୍ରସଙ୍ଗରେ ଶ୍ରୀ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଦଳ ଆମ ପାଇଁ ବଡ଼, ବ୍ୟକ୍ତି ନୁହେଁ । ପ୍ରଫୁଲ୍ଲ ମଲ୍ଲିକ ଦଳରେ ନାହାନ୍ତି ବୋଲି କହୁଥିଲେ । ଟେଲିଫୋନରେ ଇସ୍ତଫା ନେଇ ପ୍ରଦୀପ ଅମାତଙ୍କୁ ଜଣାଇଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସପେଣ୍ଡ କରାଯାଇଛି । ଏନେଇ ଦଳ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ତେବେ ସସପେଣ୍ଡ ସମ୍ପର୍କରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ ମୁଁ ସକାଳୁ ବିଜେଡିରୁ ଇସ୍ତଫା ଦେଇସାରିଛି ।
ଗୁରୁବାର ଶ୍ରୀ ମଲ୍ଲିକ ବିଜେଡିକୁ ଚେତାବନୀ ଦେଇଥିଲେ । ଆଗକୁ ଯଦି ଠିକଭାବେ ନଚାଲେ ତେବେ ମୁଁ ଦଳଠୁ ଦୂରେଇ ଯିବି ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଏହାଛଡ଼ା ସେ କହିଥିଲେ ଯେ ମୁଁ ଏବେ ବିଜେଡିରେ ଅଛି । ତେବେ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ । ପୂର୍ବ ବିଚାରଧାରାରେ ଦଳ ନାହିଁ । ଦଳକୁ ସଂଗଠିତ କରିବାକୁ ପିଏସି ଓ ଶୃଙ୍ଖଳା କମିଟି ପାଇଁ କହିଥିଲୁ, ହୋଇଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ଦଳରେ ଗ୍ରହଣ କରାଯାଇ ନାହିଁ । ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି ।ବର୍ତ୍ତମାନ ନୂଆ ବିଜେଡି ଗଠନ କରିବାର ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା କରିବା ଦରକାର ବୋଲି ଶ୍ରୀ ମଲ୍ଲିକ କହିଥିଲେ ।
Comments ସମସ୍ତ ମତାମତ