Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମୁଁ ନିର୍ବାଚନ ଲଢ଼ିବିନି: ଦେବେନ୍ଦ୍ର ଶର୍ମା

    Share on :
    ajab-Image
    Date: Feb 19, 2024    Views: 2983

    ଭୁବନେଶ୍ୱର: ନିର୍ବାଚନ ଲଢ଼ିବେନି ପୂର୍ବତନ ଆଳି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା। ତାଙ୍କ ସ୍ଥାନରେ ଝିଅ ଦେବସ୍ମିତା ଶର୍ମା କଂଗ୍ରେସର ଆଳି ବିଧାୟକ ପ୍ରାର୍ଥୀ ହୁଅନ୍ତୁ ବୋଲି ସେ ଚାହାଁନ୍ତି। ଏନେଇ ଦେବେନ୍ଦ୍ର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

    ସେ କହିଛନ୍ତି, ମୋତେ ୬୫ବର୍ଷ ହେଲାଣି। ମୁଁ ନିର୍ବାଚନ ଲଢ଼ିବିନି ବୋଲି ନିଷ୍ପତ୍ତି ନେଇଛି। ଆସନ୍ତା ନିର୍ବାଚନରେ ମୋ ଝିଅ ଦେବସ୍ମିତା କଂଗ୍ରେସ ଟିକେଟରେ ଲଢ଼ିବାକୁ ଆଗ୍ରହୀ ଅଛି। ମୋ ଝିଅ ଜଣେ ଡାକ୍ତର। ସେ ପ୍ରାର୍ଥୀ ହେବା ପାଇଁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛି। ଆଳି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହେବାକୁ କଂଗ୍ରେସ ନିର୍ବାଚନ କମିଟି ନିକଟରେ ଆବେଦନ ମଧ୍ୟ କରିଛି। ଦେବେନ୍ଦ୍ର ଆହୁରି କହିଛନ୍ତି, ନିର୍ବାଚନ ଜିତିବା ଲୋକପ୍ରିୟତାର ପରିଚୟ ନୁହେଁ। ସେବା କରିବା ଓ ଖରାପ ସମୟରେ ଲୋକଙ୍କ ପାଖରେ ପହଞ୍ଚିବା- ଏହି ସବୁ ଦାୟିତ୍ୱ ଯିଏ ତୁଲାଇ ପାରିବ, ସେ ରାଜନୀତିକୁ ଆସିବା ଦରକାର। ସେସବୁ ଗୁଣ ମୋ ଝିଅ ପାଖରେ ରହିଛି। ନିର୍ବାଚନ ଲଢ଼ିଲେ ସେ ଭଲ କରିବ ବୋଲି ଆଶା ରହିଛି।

    Maximum 500 characters

    ରାଜନୀତି View all

    Find Us on Facebook