ମୁଖ୍ୟ ଖବର
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ ନେଇ ବିଜେଡିର ରାଜ୍ୟସଭା ସାଂସଦ ଶ୍ରୀ ସାମନ୍ତରାୟ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଓଡ଼ିଆ ଅସ୍ମିତା ପାଇଁ ବିଜେଡି ନିର୍ବାଚନରେ ହାରିଲା ବୋଲି ଲେଖି ଶ୍ରୀ ସାମନ୍ତରାୟ ପୋଷ୍ଟ କରିଛନ୍ତି । ଆମେ ଜଗନ୍ନାଥ ପ୍ରଦେଶର ଲୋକ । ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ସେହିପରି ବିଜେଡିରେ ଯୋଗଦେଇ ପଦ ଥାପିଥିବା କିଛି ନୂତନ ନେତାଙ୍କୁ କଟାକ୍ଷ କରି ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନ ବାବୁଙ୍କ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି । ସେମାନେ ଆଉ କାହା ଇସାରାରେ ପରିଚାଳିତ । ସ୍ୱାଭିମାନ ନଥିବା ସ୍ୱାର୍ଥବାଦୀଙ୍କ ସମ୍ପର୍କରେ ଏମିକି କୁହାଯାଇପାରେ... ନା ସେମାନେ ଦଳର ନା ଓଡ଼ିଶାର ନା ନବୀନ ପଟ୍ଟନାୟକଙ୍କର ।
Comments ସମସ୍ତ ମତାମତ