Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା: ଦେବାଶିଷ

    Share on :
    ajab-Image
    Date: Apr 14, 2025    Views: 3639

    ଭୁବନେଶ୍ବର: ୱାକଫ୍‌ ବିଲ୍‌ ସମର୍ଥନରେ ବିବେକ ଅନୁସାରେ ଭୋଟ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହୁଥିବାର ଏକ ଭିଡିଓ ଓ ଲେଖା ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ବିବାଦ ଥମୁନାହିଁ। ଆଜି ଏନେଇ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଷୋଦଗାର କରିଛନ୍ତି। ସେ କହିଛନ୍ତି, ସୁଲତା ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ମୁଖିଆ କହିଲା ପରେ ଆମର ଆଉ କାହାର କିଛି କହିବାର ଅଧିକାର ନାହିଁ। ସୁଲତା ଜାଣନ୍ତି, ମୁଁ କେବେଠାରୁ ଦଳରେ ଅଛି ଓ ସେ କେବେ ଆସିଲେ, ଫରକ୍ ଅଛି। ଜୁନିଅର୍ ହୋଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ଏନେଇ  ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେ କାର୍ୟ୍ୟାନୁଷ୍ଠାନ ନେବେ।

    ସୂଚନାଯୋଗ୍ୟ, ବିବେକ ଅନୁସାରେ ଭୋଟ ଦେବାକୁ ନବୀନ କହୁଥିବାର ଏକ ଭିଡିଓ ଓ ଲେଖା, ଦଳୀୟ ସାଂସଦ ସୁଲତା ଦେଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବିଜେଡିର ଦୋମୁହାଁ ନୀତି ପଦାରେ ପଡ଼ିଛି । ଅବଶ୍ୟ ନବୀନ ବିବେକାନୁମୋଦିତ କଥାଟା ଅତି ଚତୁରତାର ସହ କହିଥିଲେ । ଯାହାକୁ ନେଇ ବିଶେଷ ଆଲୋଚନା ହୋଇନଥିଲା।  
       ସୁଲତା କେବଳ ନବୀନଙ୍କ ପୋଲ୍‌ ଖୋଲି ନାହାନ୍ତି, ସସ୍ମିତଙ୍କୁ ସମର୍ଥନ କରିବା ସହ ବିଜେଡି ସାଂସଦ ମୁନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଥିଲେ। ଶହ ଶହ ମୁସଲମାନଙ୍କୁ ସାଙ୍ଗରେ ଧରି ନବୀନ ନିବାସ ଯାଇ ମୁନା କରିଥିବା ଅଭିଯୋଗକୁ ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି କହିଥିଲେ। 

    Maximum 500 characters

    ତାଜା ଖବର View all

    Find Us on Facebook