ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନକୁ ନେଇ ରାଜନୀତିକ ମାହୋଲ ଗରମ ହୋଇଥିବାବେଳେ ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ୍ ହୋଇଛି । ସୂଚନା ଅନୁସାରେ, ସେ ମୋଟ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଏବଂ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତ ନାମାଙ୍କନ ପତ୍ର ବୈଧ ଘୋଷିତ ହୋଇଛି । ରାଜ୍ୟସଭା ଆସନ ପାଇଁ ଏହି ଉପନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ଏହାକୁ ନେଇ ଶାସକ ଓ ବିରୋଧୀ ଶିବିର ଉଭୟରେ ରାଜନୀତି ଜୋରଦାର ହୋଇଛି । ଦଳୀୟ ସମର୍ଥନ, ସଂଖ୍ୟା ଗଣିତ ଏବଂ ରଣନୀତିକ ଆଲୋଚନା ମଧ୍ୟ ତୀବ୍ର ହେଉଛି ।
ନାମାଙ୍କନ ପତ୍ର କାଏମ୍ ହେବା ପରେ ଦଳୀୟ ନେତାମାନେ ମଧ୍ୟ ଏହି ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରୁଛନ୍ତି ।ଏବେ ସମସ୍ତଙ୍କ ନଜର ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ଉପରେ ରହିଛି, ଯେଉଁଠାରେ ଶେଷ ଫଳାଫଳ ରାଜ୍ୟର ରାଜନୈତିକ ସମୀକରଣକୁ କିଛି ପରିମାଣରେ ପ୍ରଭାବିତ କରିପାରେ ବୋଲି ଆକଳନ କରାଯାଉଛି ।
Comments ସମସ୍ତ ମତାମତ