Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିରୁ ଇସ୍ତଫା ଦେବେ ଦେବାଶିଷ, ଧରିବେ ପଦ୍ମ!

    Share on :
    ajab-Image
    Date: May 25, 2026    Views: 2693

    କଟକ : ଶଙ୍ଖ ଭବନରେ ବଡ଼ କମ୍ପନ। ନବୀନଙ୍କୁ ଝଟକା ପରେ ଝଟକା। ଯେଉଁ ରାସ୍ତା ଆପଣେଇଥିଲେ ସୁଜିତ କୁମାର ଏବଂ ମମତା ମହନ୍ତ ଏବେ ସେହି ରାସ୍ତାରେ ଦେବାଶିଷ। ରାଜ୍ୟସଭା ସଦସ୍ୟ ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିବାକୁ ଯାଉଛନ୍ତି। ଦେବାଶିଷ ଉଭୟ ବିଜେଡି ଏବଂ ରାଜ୍ୟସଭା ପଦରୁ ଇସ୍ତଫା ଦେଇପାରନ୍ତି। ସେ ଅନ୍ୟ ଏକ ଦଳ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି। ଶଙ୍ଖ ଶିବିର ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣକୁ ନେଇ ଅସନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ଵ ଦିଆଯାଉନଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ସେ ପ୍ରତ୍ୟାଖାନ କରିଥିଲେ। ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାର ବା ସଙ୍ଗଠନରେ ମୁଣ୍ଡ ଖେଳାଉନଥିଲେ। କୌଣସି ଟିକା ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ। ତାଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏବେ ସେ ବିଜେପିରେ ଯୋଗ ଦେବା ଚର୍ଚ୍ଚା ହେଉଛି। ତେବେ ଦେବାଶିଷ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏନେଇ ବିଜେଡି କି ବିଜେପିର କେହି ନେତା ମଧ୍ୟ ମୁହଁ ଖୋଲୁନାହାନ୍ତି। ତେବେ ଦେବାଶିଷ ଯଦି ବିଜେପିରେ ଯୋଗ ଦିଅନ୍ତି, ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି।..

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook