ମୁଖ୍ୟ ଖବର
କଟକ: ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଫୁଟ୍ବଲ ସଂଘ (ଫାଓ)ର ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ପୂର୍ବରୁ ରାଜ୍ୟ ଫୁଟ୍ବଲ ସଂଘ ସଭାପତି ତଥା ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପଦ ଛାଡ଼ିଛନ୍ତି। ଶ୍ରୀ ସାମନ୍ତରାୟ ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ବଇଚ୍ଛାରେ ନିଜର ପଦ ଛାଡ଼ିଛନ୍ତି। ସଂଘର ବିଭିନ୍ନ କାର୍ୟ୍ୟରେ ସମୟ ଦେଇପାରୁନଥିବା ଓ ସଂଘକୁ ନ୍ୟାୟ ଦେଇପାରୁନଥିବା ଅନୁଭବ କରି ସେ ଏହି ପଦ ଛାଡ଼ୁଥିବା କହିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ସଂଘର ସଂପାଦକ ଆଶୀର୍ବାଦ ବେହେରାଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଦେବାଶିଷ ପଦ ଛାଡ଼ିବାକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ହେଉଛି। ସରକାର ବଦଳିବା ପରେ ବାରବାଟୀ ରାଜନୀତି ଦୃଶ୍ୟପଟ୍ଟରେ ମଧ୍ୟ ପରିବର୍ତ୍ତନ ଘଟିଛି।
ବାରବାଟୀ ରାଜନୀତି ବିଜେଡି ପ୍ରଭାବରୁ ମୁକ୍ତ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦେବାଶିଷଙ୍କ ବଦଳରେ ପୁଣିଥରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ସଭାପତି ହେବା ନେଇ ଚର୍ଚ୍ଚା ହେଉଛି।
Comments ସମସ୍ତ ମତାମତ